ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମେଣ୍ଟ ସରକାର ଗଠନ କଲେ । ବାମଦଳର ପ୍ରମୁଖ ନେତା ସୋମନାଥ ଚାଟାର୍ଜୀ ଲୋକସଭା ବାଚସ୍ପତି ନିର୍ବାଚିତ ହେଲେ ଓ ଡକ୍ଟର ମନମୋହନ ସିଂହ ହେଲେ ପ୍ରଧାନମନ୍ତ୍ରୀ । ଶ୍ରୀମତୀ ସୋନିଆ ଗାନ୍ଧି ହେଲେ ୟୁପିଏର ଅଧ୍ୟକ୍ଷା ।
ଚତୁର୍ଦ୍ଦଶ ଲୋକସଭା ସଦସ୍ୟ (୨୦୦୪) :
ମୟୂରଭଞ୍ଜ | ସୁଦାମ ମାରାଣ୍ଡି | ଜେ.ଏମ୍.ଏମ୍ |
ବାଲେଶ୍ୱର | ମହାମେଘ ବାହନ ଐର ଖାରବେଳ ସ୍ୱାଇଁ | ବିଜେପି |
ଭଦ୍ରକ | ଅର୍ଜୁନ ସେଠି | ବିଜେଡ଼ି |
ଯାଜପୁର | ମୋହନ ଜେନା | ବିଜେଡ଼ି |
କେନ୍ଦ୍ରାପଡ଼ା | ଅର୍ଚ୍ଚନା ନାୟକ | ବିଜେଡ଼ି |
କଟକ | ଭର୍ତ୍ତୃହରି ମହତାବ | ବିଜେଡ଼ି |
ଜଗତସିଂହପୁର | ବ୍ରହ୍ମାନନ୍ଦ ପଣ୍ଡା | ବିଜେଡ଼ି |
ପୁରୀ | ବ୍ରଜକିଶୋର ତ୍ରିପାଠୀ | ବିଜେଡ଼ି |
ଭୁବନେଶ୍ୱର | ପ୍ରସନ୍ନ କୁମାର ପାଟ୍ଟଶାଣୀ | ବିଜେଡ଼ି |
ଆସ୍କା | ହରିହର ସ୍ୱାଇଁ | ବିଜେଡ଼ି |
ବ୍ରହ୍ମପୁର | ଚନ୍ଦ୍ରଶେଖର ସାହୁ | କଂଗ୍ରେସ |
କୋରାପୁଟ | ଗିରିଧର ଗମାଙ୍ଗୋ | କଂଗ୍ରେସ |
ନବରଂଗପୁର | ପର୍ଶୁରାମ ମାଝି | ବିଜେପି |
କଳାହାଣ୍ଡି | ବିକ୍ରମ କେଶରୀ ଦେଓ | ବିଜେପି |
ଫୁଲବାଣୀ | ସୁଗ୍ରୀବ ସିଂହ | ବିଜେଡ଼ି |
ବଲାଙ୍ଗୀର | ସଂଗୀତାକୁମାରୀ ସିଂହଦେଓ | ବିଜେପି |
ସମ୍ବଲପୁର | ପ୍ରସନ୍ନ ଆଚାର୍ଯ୍ୟ | ବିଜେଡ଼ି |
ଦେବଗଡ଼ | ଧର୍ମେନ୍ଦ୍ର ପ୍ରଧାନ | ବିଜେପି |
ଢେଙ୍କାନାଳ | ତଥାଗତ ସତପଥୀ | ବିଜେଡ଼ି |
ସୁନ୍ଦରଗଡ଼ | ଜୁଏଲ୍ ଓରାମ୍ | ବିଜେପି |
କେନ୍ଦୁଝର | ଅନନ୍ତ ନାୟକ | ବିଜେପି |
ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ରାଷ୍ଟ୍ରମନ୍ତ୍ରୀ ପଦରେ ଅଧିଷ୍ଠିତ
ହେଲେ ।
ଓଡ଼ିଶା ବିଧାନସଭାର ପୂର୍ବ ନିର୍ବାଚନରେ ବିଜେଡ଼ି ହାସଲ କରିିଥିବା ୬୮ ଆସନ ଜାଗାରେ ଏଥର ପାଇଲା ୬୧ଟି ଆସନ । ଭାରତୀୟ ଜନତା ପାର୍ଟି ୩୮ଟି ସ୍ଥାନରେ ହାସଲ କଲା ୩୨ଟି
ଆସନ । ମେଣ୍ଟ ଦଳର ଆସନ ସଂଖ୍ୟା ହ୍ରାସ ପାଇଲା ଏବଂ କଂଗ୍ରେସର ଆସନ ସଂଖ୍ୟା ୨୬ରୁ
୩୦୨ ଓଡ଼ିଶା ରାଜନୀତିର ଇତିହାସ