ଏହି ପୃଷ୍ଠାଟି ବୈଧ ହୋଇସାରିଛି
କଲେ । ୨୨-୫-୨୦୦୯ ତାରିଖରେ ତୃତୀୟ ଥର ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାର
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ତାଙ୍କୁ ମିଶାଇ ୧୨ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ
ଦାୟିତ୍ୱ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ସେମାନେ ଓ ସେମାନଙ୍କ
ବିଭାଗଗୁଡ଼ିକ ହେଲା:
କ୍ୟାବିନେଟ ମନ୍ତ୍ରୀ :
ନବୀନ ପଟ୍ଟନାୟକ | : | ମୁଖ୍ୟମନ୍ତ୍ରୀ; ଜଙ୍ଗଲ ଓ ପରିବେଶ, ସାଧାରଣ ପ୍ରଶାସନ, ଗୃହ ଓ |
ପୂର୍ତ୍ତ ବିଭାଗ ମନ୍ତ୍ରୀ | ||
ଅନଙ୍ଗ ଉଦୟ ସିଂହଦେଓ | : | ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ |
ବିଜୟରଞ୍ଜନ ସିଂହ ବରିହା | : | ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ ବର୍ଗର କଲ୍ୟାଣ |
ବିକ୍ରମ କେଶରୀ ଆରୁଖ | : | ଆଇନ ଓ ଗ୍ରାମ୍ୟ ଉନ୍ନୟନ |
ଡା. ଦାମୋଦର ରାଉତ | : | ସମବାୟ, ମତ୍ସ୍ୟ ଓ ପଶୁସଂପଦ ବିକାଶ ଓ କୃଷି |
ଦେବୀ ପ୍ରସାଦ ମିଶ୍ର | : | ପର୍ଯ୍ୟଟନ, ସଂସ୍କୃତି ଓ ଉଚ୍ଚଶିକ୍ଷା |
ପ୍ରଫୁଲ୍ଲ ସାମଲ | : | ସୂଚନା, ଲୋକସଂପର୍କ ଓ ପଞ୍ଚାୟତିରାଜ |
ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇ | : | ଅବକାରୀ ଓ ଅର୍ଥ |
ପ୍ରମିଳା ମଲ୍ଲିକ | : | ମହିଳା ଓ ଶିଶୁକଲ୍ୟାଣ |
ପ୍ରସନ୍ନ ଆଚାର୍ଯ୍ୟ | : | ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ସାଧାରଣ ଅଭିଯୋଗ ଓ ପେନସନ |
ରଘୁନାଥ ମହାନ୍ତି | : | ଶିଳ୍ପ, ଖଣି ଓ ଇସ୍ପାତ ଏବଂ ସଂସଦୀୟ ବ୍ୟାପାର |
ସୂର୍ଯ୍ୟ ନାରାୟଣ ପାତ୍ର | : | ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ |
ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ):
ଅଞ୍ଜଳି ବେହେରା | : | ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ |
ଅତନୁ ସବ୍ୟସାଚୀ ନାୟକ | : | ଶକ୍ତି |
ବଦ୍ରିନାରାୟଣ ପାତ୍ର | : | ଗୃହ ନିର୍ମାଣ ଓ ନଗର ଉନ୍ନୟନ |
ପ୍ରତାପ ଜେନା | : | ବିଦ୍ୟାଳୟ ଓ ଗଣଶିକ୍ଷା |
ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ | : | କ୍ରୀଡ଼ା ଓ ଯୁବବ୍ୟାପାର |
ପୁଷ୍ପେନ୍ଦ୍ର ସିଂହଦେଓ | : | ଶ୍ରମ ଓ କର୍ମନିୟୋଗ |
୩୨୦ . ଓଡ଼ିଶା ରାଜନୀତିର ଇତିହାସ