ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାହାଯ୍ଯଦାନର ବ୍ଯବସ୍ଥା କରୁଥିଲି । ଛାତ୍ରଙ୍କ ପ୍ରାଣରେ ଗଭୀର ଆତ୍ମ‌ପ୍ରତ୍ୟ‌ୟ ଆଣିବା ସଂଗେ ସଂଗେ ନିର୍ଭିକତାର ସ‌ହିତ ଜୀବନ ପଥରେ ଗତି କରିବା ଲାଗି ଅଶା ଓ ଆକାଂଖ୍ଯା ସଂଚାର କରିବା ଦିଗରେ ଆଗ୍ରହୀ ଥିଲି । ଉଦ୍ଦେଶ୍ଯ ଥିଲା ପ୍ରତେକ ଛାତ୍ରର ପୁର୍ଣ୍ଣାଙ୍ଗ ବିକାଶ ଘଟୁ । ସେ ଚରିତ୍ରବାନ ହେଉ । ପ୍ରକୃତରେ ପ୍ରତ୍ଯେକ ଛାତ୍ରଥିଲେ ମୋର ସାଧନାର ସମ୍ପଦ,କୃତିର ଆଲେଖ୍ଯ । ସୁକୁମାରମତି ଛାତ୍ରମାନେ ହିଁ ମୋର ଜୀବନର ପ୍ରକୃଷ୍ଟ ପୁରସ୍କାର ।"


ଭାରତ ସରକାରଙ୍କର ଶିକ୍ଷାବିଭାଗୀୟ ପତ୍ରିକାରେ ସେତେବେଳେ ପ୍ରକାଶ ପାଇଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପ୍ରଶସ୍ତି । ଓଡିଶାର ମାଧ୍ଯମିକ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷକମାନଙ୍କ ମଧ୍ଯରେ ସେ ସର୍ବାଦୌ ସମ୍ମାନିତ ହୋଇଥିଲେ । ଶିକ୍ଷକଙ୍କ ଲାଗି ଉଦ୍ଦିଷ୍ଟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତିର ଗୌରବ ଅର୍ଜନ ଅବକାଶରେ ସେ ନିଷ୍କପଟ ,ନିରଳସ ସାଧନା ମାଧ୍ଯମରେ ଜାତିର ଭ‌ବିଷ୍ଯତ ଗଠନ ପାଇଁ ଆଶାପୋଷଣ କରିଥିଲେ । ବାସ୍ତବରେ ସେ ଥିଲେ ଜଣେ ମହାନ୍ କର୍ମ‌ଯୋଗୀ ।


ଏହି ମହାନ୍ ଶିକ୍ଷାବିତ୍ ୧୮୯୭ ମସିହା ଜୁନ୍ ମାସ ୧ ତାରିଖରେ ଖୋର୍ଦ୍ଧା ତ‌ହସିଲର ଦଧିମାଛଗାଡିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଥିଲା ଭାଗିରଥୀ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସୁଲକ୍ଷଣା ଦେବୀ । ଦ‌ଧିମାଛଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଓ ଯାଆଁଳା ମଧ୍ଯ ଭର୍ଣ୍ଣାକୂଲାର ବିଦ୍ଯାଳୟରେ ପଢ଼ୁଥିବାବେଳେ ସେ ବୃତ୍ତିଲାଭ କରିଥିଲେ । ୧୯୧୩ ମସିହାରେ ସେ ଖୋର୍ଦ୍ଧାହାଇସ୍କୁଲ୍‌ରେ ଅଧ୍ଯୟନ କରିଥିଲେ । ଏହି ବିଦ୍ଯାଳୟର ଛାତ୍ରଭାବରେ ୧୯୧୭ ମସିହାରେ କଲିକତା ବିଶ୍ବବିଦ୍ଯାଳୟରେ ମାଟ୍ରିକ୍ଯୁଲେସନ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସଂଗେ ସଂଗେ ପୁରୀ ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ମାସିକ ଦଶ ତଙ୍କା ହିସାବରେ ଦୁଇ ବର୍ଷ ପାଇଁ ବୃତ୍ତି ମିଳିଥିଲା ।


‌ମାଟ୍ରିକ୍ଯୁଲେସନ୍ ପରେ ସେ ରେଭେ‌ନ୍‌ସା କଲଜରେ ନାମ ଲେଖାଇ ଜଣେ ବିଶିଷ୍ଟ ମେଧାବୀ ଛାତ୍ର ରୂପେ ସୁଖ୍ଯାତି ଅର୍ଜନ କରିଥିଲେ ।ସେ ୧୯୧୯ ମସିହାରେ ପାଟଣା ବିଶ୍ବବିଦ୍ଯାଳୟରୁ ପ୍ରଥମ ଶ୍ରେଣିରେ ଉତ୍ତୀର୍ଣ୍ଣ ହୋଇଓଡିଶାର ଛାତ୍ରମାନଙ୍କ ମଧ୍ଯରେ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହି କୃତିତ୍ବ ଯୋଗୁଁ କଟକ ଜିଲ୍ଲାବୋର୍ଡ ପକ୍ଷରୁ ଓଡିଶାପ୍ରେମୀ ବଡଲାଟ ମେୟୋଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରତିଷ୍ଠିତ ଛାତ୍ରବୃତ୍ତି ପାଣ୍ଠିରୁ ମାସିକ ଦଶଟଙ୍କାର

୧୧୦