ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସ୍ୱବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆମ୍ତୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରିକି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବଙ୍ଗୁଳା ଉପରେ । ପ୍ରତିଦିନର ପ୍ରାର୍ଥନା ପରେ ପରେ ଆମ ପାଖରେ ସର୍ବପ୍ରଥମେ ପ ହ୍ଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇଥିଲେ ସେଇ ଛାତ୍ରବସ୍ର୍ରଳ ଉଦାର ଗୁରୁଜୀ ମହୋଦୟ । ଶ୍ରେଣୀ କୋଠରୀଠାରୁ ଶ୍ରେଣୀ ବାହାରର ସମସ୍ତ କାର୍ଯକ୍ରମ ପର୍ଯ୍ଯନ୍ତ ଛାଇପରି ସେ ରହୁଥିଲେ ଆମ ପାଖେ ପାଖେ ଆଉ ଦେଇ ଚାଲୁଥିଲେ ନୂତନ ଦିଗଦର୍ଶନ । ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷକରି ଗଡ଼ିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅସଲ ଉଦ୍ଦେଶ୍ଯ । ଆପଣା ବେତନ , ଭତ୍ତା, ସବିଧାସୁଯୋଗ ପ୍ରତି ତିଳେ ମାତ୍ର ଞ୍ଜର ନ ରଖି ସଦାସର୍ବଦା ଦିବାନିଷି ମଣିଷ ଗଢ଼ିବାର ସ୍ବପ୍ନରେ ବିଭାର ରହିବା ଆଉ ଅନୁଷ୍ଠାକୁ ଉନ୍ନ ତ କରିବା ଥିଲା ସେସବୁ ଗୁରୁଜୀଙ୍କର ସାଧନମକ