ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋଦାବରୀଶଙ୍କୁ ସେଠାକୁ ଯିବାକୁ ପଡିଲା । ସାକ୍ଷୀଗୋପାଳ ଷ୍ଟେସନ୍ରୁ ଗୋଦାବରିଶ ବାହାରିଲେ । ସ୍କୁଲ୍ ଶିକ୍ଷକ, ଛାତ୍ର ଓ ଅନ୍ଯମାନେ ତାଙ୍କୁ ବିଦାୟ ଦେବାକୁ ରୁଣ୍ଡ ହୋଇଥିଲେ । ସେମାନଙ୍କ ଆଖିରେ ଲୁହ ଦେଖ୍ ଗୋଦାବରୀଶ ଅଭିଭୁତ ହୋଇଥିଲେ । ସେମାନଙ୍କ "ଆଖି୍ ଲୁହରେ ମୋର ଛଅ ବର୍ଷର ଛୋଟିଆ ମୂଲଟିକୁ ଗୋଟିଏ ଛୁଁକାର ଛାଡି ନିଜକୁ ଉପାଡି ଦେଲି । ପୁରୀ ଏକ୍ସପ୍ରେସ୍ ଗାଡି ସିଟି ବଜାଇ ଦୁପ୍ ଦୁପ୍ ହୋଇ ପ୍ଲାଟଫର୍ମ ଛାଡିଦେଲା । ଆଖି ପୋଛି। ମୁହଁ ବୁଲାଇ ଦେଖିଲି, ଗୋପବନ୍ଧୁ ବାବୁ ବସିଛନ୍ତି । " ଗୋପବନ୍ଧୁ ଗୋଦାବରୀଶଙ୍କୁ ଖୁବ୍ ସ୍ନେହ କରୁହିଲେ ଏବଂ ଗୋଦାବରିଶ ମଧ୍ଯ ଗୋପବନ୍ଧୁଙ୍କୁ ଅତ୍ଯଧିକ ଉକ୍ତି କରୁଥିଲେ ।


୧୯୧୯ ଫେବୃଆରୀ ୮ ତାରିଖ । ଗୋଦାବରୀଶ ଗୋପବନ୍ଧୁଙ୍କ ସହିତ ଚକ୍ରଧରପୁରରେ ଓହ୍ଲାଇଲେ । ହିନ୍ଦୁସ୍ଥାନୀ, ମାରୁଆଡି, ବଙ୍ଗାଳି, ଓଡିଆ ଆଦି ବିଭିନ୍ନ ଜାତି ଓ ଓଡିଆ ଭାଷାଭାଷୀ ଜନସାଧାରଣ ସେମାନଙ୍କୁ ସ୍ବାଗତ ଜଣାଇଲେ । ନୂଆ ପରିସ୍ଥିତିରେ ଗୋଦାବରୀଶଙ୍କୁ ଅସୁବିଧା ଲାଗିଲେ ହେଁ "ଗୋପବନ୍ଧୁଙ୍କ ମୁହଁଙ୍କୁ ଚାହିଁଲେ, ତାଙ୍କର ସବୁ ଦୁଃଖ ପାସୋରି ହୋଇଯାଇଥିଲା । କଲିକାରେ ଦୁର ବର୍ଷ ରହି ବଙ୍ଗଳା ଭାଷା ରହି ବଙ୍ଗଳା ଭାଷା କିଛି ସେ ଜାଣିଥିଲେ । ହିନ୍ଦୀରେ ଅଜ୍ଞ ଥିଲେ । ତେଣୁ ଶିକ୍ଷାଦାନରେ ବିଶେଷତଃ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଉତ୍ତର ଦେବାରେ ଅପ୍ରସ୍ତୁତ ହେଉଥିଲେ । ତେବେ କ୍ରମେ ସେଦକ୍ଷତାର ସହିତ ଶିକ୍ଷାଦାନ କରିଥିଲେ ଏବଂ ଜାତି,ଧର୍ମ, ବର୍ଣ୍ଣ, ସ୍ଥାନ ଓ ଭାଷା ନିର୍ବିଶେଷରେ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ । ସେହି ଶିକ୍ଷାନୁଷ୍ଠାନ ବ୍ଯତୀତ ଅନେକ ଓଡିଆ ପ୍ରାଥମିକ ବିଦ୍ଯାଳୟ ମଧ୍ଯ ତାଙ୍କ ଚେଷ୍ଟରେ ଗଡି ଉଠିଥିଲା । ଉତ୍କଳମଣି ଗୋପବନ୍ଧୁ ଓ ପ୍ରଚାରକ ଅନନ୍ତ ମିଶ୍ର ସିଂହଭୂମି ଭିତରୁ ଓ ବାହାରୁ ଚାନ୍ଦା ସଂଗ୍ରହ କରି ସ୍କୁଲ୍ ପାଇଁ ପଠାଉଥିଲେ । ସିଂହଭୂମିରେ ଓଡିଆ ଜାଗରଣ ପରିବ୍ଯାପ୍ତ ହୋଇଥିଲା ଏବଂ ଉତ୍କଳ ସମ୍ମୀଳନୀ କାର୍ଯ୍ଯର ପ୍ରସାର ଘଟିଥିଲା ।

୧୯୨୦ରେ ଅଷଯୋଗର ଆନ୍ଦୋଳନ ଦେଶରେ ବ୍ଯାପକ ହେଲା । ସିଂହଭୁମିରେ ମଧ୍ଯ ତେହେର ପ୍ରଦୁର୍ଭାବ ବଢିଲା । ଗୋଦାବରୀଶ ସେଥିରେ ସକ୍ରିୟ ଯୋଗଦାନ କରିବା ସଂଗେ ସଂଗେ ସ୍କୁଲ୍ଟିକୁ ଜାତୀୟ ବିଦ୍ଯାଳୟ କରି ତୋଳିଳେ । ଗୋଦାବରୀଶଙ୍କ ଉଦ୍ ବୋଧନ ଜନତାଙ୍କ ମଧ୍ଯରେ ଜାତିୟ ଉନ୍ମାଦନା ସୃଷ୍ଟି କଲା । ସେ ଏଥିଯୋଗୁଁ ଇଂରେଜ ସରକାରଙ୍କ ବିଷଦୃଷ୍ଟିରେ ପଡିଲେ । ସାହେବ ଅଧିକାରଣୀୟ ନାନା ପ୍ରକାରେ ତାଙ୍କୁ

                                                                                ୭୩