ପୃଷ୍ଠା:Oriya Tattwa Sahitya.pdf/୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବ୍ରହ୍ମାଣ୍ଡ ଭୂଗୋଳ

ପ୍ରଥମ ଅଧ୍ୟାୟ

 

ଅର୍ଜୁନ ବିନୟ ବଚନେ । ପୁଛନ୍ତି ନାଥର ଚରଣେ ।
ଭୋ ନାଥ କରୁଣା ସାଗର । ଅଶେଷ ବ୍ରହ୍ମାଣ୍ତ ଈଶ୍ୱର ।
ହେ ଦୀନବନ୍ଧୁ ଦଈତାରି । ମୁକୁନ୍ଦ ମାଧବ ମୁରାରି ।
ପଦ୍ମ ନୟନ ଗଦାଧର । ପରମ ପୁରୁଷ ଈଶ୍ବର ।
ହେ କଳ୍ପ ଦ୍ରୁମ ଦଇତାରି । ପୁଣ୍ଡରୀକାକ୍ଷ ନରହରି ।
ହେ ଗିରିଧାରୀ ଗୋପୀନାଥ । ପରମ ପବିତ୍ର ବ୍ରହ୍ମତ୍ୱ ।
ଅଖିଳ ଶ୍ରେଷ୍ଠ ଚରାଚର । କରୁଣା ସିନ୍ଧୁ ଚକ୍ରଧର ।
ଅର୍ଜ୍ଜୁନ ସ୍ତୁତି ବଚନରେ । ମନ ଯେ କୃଷ୍ଣ ପାଦତଳେ ।
ତୁମ୍ଭର ନାମ ଅଗୋଚର । ଅନ୍ତ ନ ପାଇଲା ଶଙ୍କର ।
ପ୍ରଥମେ ଦେହ ବିଧି ତତ୍ୱ । କି ରୂପେ କାହୁଂ ହେଲା ଜାତ ।
କି ରୂପେ ଅଙ୍ଗୁରିଲା ବୃକ୍ଷ । ଗୋବିନ୍ଦ କହତା ପ୍ରତକ୍ଷ ।
ୟେମନ୍ତେ ଅର୍ଜୁନ ବଚନ । ଶୁଣି ବୋଲନ୍ତି ଭଗବାନ ।

ଶ୍ରୀ ଭଗବାନ ଉବାଚ

ବୋଲନ୍ତି କରୁଣା ସାଗର । ଶୁଣ ଅର୍ଜୁନ ମହାବୀର ।
ଯାହା ପୁଛିଲା ଦିବ୍ୟଗ୍ୟାଂନ । ଉଲଟ ବୃକ୍ଷର ବିଧାନ ।
ପ୍ରଥମେ ମାତା ପଦ୍ମ ଫୁଟି । ପିତା ବୀର୍ଯ୍ୟ ମଧ୍ୟେଣ ଭେଟି ।
ଏ ବେନି ସଂଯୋଗ କାଳରେ । ଶୂନ୍ୟ ବୀଜ ମଣ୍ଡଳ ଠାରେ ।
ମଣ୍ଡଳ ମଧ୍ୟେ ହେ ଅର୍ଜୁନ । ଅଲେଖ ଅଣାକାର ଶୂନ୍ୟ ।
ସେ ଶୂନ୍ୟ ମଧ୍ୟେ ସୂକ୍ଷ୍ମ ସାର । ତୁ ନାଶୁ ଯେସନ ପ୍ରକାର ।
ତୁ ନାଶୁ ମଧ୍ୟେ ଯେଉଂ ନାଦ । ପାରିଲେ ତହି° କାଳ ଭେଦ ।
ଯେତେବେଳରେ ପଦେ ଶ୍ରାମ । ଶୂନ୍ୟେ ଡାକିଲ ରାମ ନାମ ।
ସେ ଛଡ଼ ଚିନା ବେନି ରତି । ଅଷ୍ଟ ଅବନା ମଧ୍ୟେ ସ୍ଥିତି ।