ପୃଷ୍ଠା:Oriya Tattwa Sahitya.pdf/୬୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆ ତତ୍ତ୍ୱ ସାହିତ୍ୟ

ଗର୍ଭରେ ରଜ ଗୋପ୍ୟ ହେଲା । ସେ ସର୍ବେ ବୀଜ ୟେ ଲୁଚିଲା ।
ବେନି ଅକ୍ଷର ବ୍ୟାସ ମଧ୍ୟେ । ବୃକ୍ଷ ଅଙ୍କୁରିଲା ଆନନ୍ଦେ ।
ବେନି ପାଦ ମଧ୍ୟେ ଯୁଗଳ । ବେନି ପାଦ ତ‌ହିଂ ସଞ୍ଚର ।
ସେ ବେନି ମଧ୍ୟେ ବେନି ଦୁଇ । ୟେମନ୍ତେ ଚାରି ପ୍ରସ୍ତ ତୁହି ।
ୟେମନ୍ତେ ରଜ ତମ ଗୁଣ । ଏ ତ୍ରିଅଧାରଣା ବୃକ୍ଷେଣ ।
ଯେତେବେଳେ ବୃକ୍ଷ ରୂପିଲା । ତ୍ରିଧାର ଜଳ ବୁହାଇଲ ।
ଗଙ୍ଗା ଯମୁନା ସ୍ୱରସତୀ । ଆକାଶୁ ଝଡ଼ି ମୂଳେ ସ୍ଥିତି ।
ଋକ ଶ୍ୟାମ ଯଦୁ ଅଥର୍ବ । ଚାରି ପତ୍ର ତହିଂର ପ୍ରସ୍ତାବ ।
ତହି°ରେ ପଞ୍ଚଡ଼ାଳ ହୋଇ । ପୃଥିବୀ ଆପ ତେଜ ବାଇ ।
ଆକାଶ ମିଶି ପଞ୍ଚୁଭୂତ । ୟେମନ୍ତେ ପଞ୍ଚଡାଳ ସ୍ଥିତ ।
ଶାଖା ଯେ ଖୁଦ୍ର ଡାଳେ ବହି । ଡାଳକେ ପଞ୍ଚ ପଞ୍ଚ ହୋଇ ।
ପଞ୍ଚି ଶଖୁଦ୍ର ଡାଳ ପାଥ । ଦୁଖ ସୁଖ ବେନି ଫରିତ ।
ବୃକ୍ଷ ଶିଖରେ ପଛି ବେନି । ଅତ୍ୟାନ୍ତ ପ୍ରୀତି ସେହୁ ବେନି ।
ସକଳ କର୍ମମାନ ଜାଣ । ଏକଇ ପଛି ତା ବୃକ୍ଷେଣ ।
ଆରକ ପକ୍ଷୀ ବିଲଗରେ । ସେ ଥାଇ ଅମନ ମନ୍ଦିରେ ।
କାଉ°ରି ମଣ୍ଡଳରେ ସ୍ଥାନ । ସୁହଂସ ନାମ ନିରଞ୍ଜନ ।
ଅବ୍ୟକ୍ତ ମହାବ୍ରହ୍ମଂ ସେହି । ଯେ ଚିନ୍ତେ ତାର ଭୟ ନାହିଂ ।
ରୂପ ନାହିଂ ଶୂନ୍ୟ ସେ ସ୍ୱରେ । ରହିଛି ଉଲଟ ଆକାରେ ।
ସେ ସ୍ଥାନେ ଧ୍ୟାନ କର ପାଥ । ଧାରଣା ସ୍ମରଣ ପ୍ରାପତ ।
ବୋଇଇ ବଳରାମ ଦାସ । ଶେଷ ଅ°ଶେ ସେ ଦଶ ଦାସ ।

ଇତି ଶ୍ରୀ ଭୋଗୋଳ ଚରିତ୍ର ଆଖ୍ୟାନେ ଭଲଟ ବୃକ୍ଷ ଅର୍ଥ
କଥନେ ବ୍ରହ୍ମାଣ୍ଡ ପୁରାଣେ ଭକତ ନାମ ପ୍ରଥମ ଅଧାୟ ।

ଦ୍ୱିତୀୟ ଅଧାୟ

ଅର୍ଜୁନ ଉବାଚ

ପୁଣି ପୁଛଇ ପଣ୍ଡୁସୁତ | କହହେ ପ୍ରଭୁ ଜଗନ୍ନାଥ ।
ବ୍ରହ୍ମାଣ୍ଡ ଭୋଗଳର ବାଣୀ । ଅର୍ଥ ପୁଛଇ ଚକ୍ରପାଣି ।