ପୃଷ୍ଠା:Prabodha Chandrika (1856).pdf/୧୨୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଦ୍ୟାଳୟ ସ୍ଥାପନୀୟ ସଭା ।

ବର୍ତ୍ତମାନ ଖୁଲନା ଜିଲାରେ ଅନେକ ଭଦ୍ରଲୋକ ଉପସ୍ଥିତ ହୋଇ ଅଛନ୍ତି । ବିଶେଷତଃ ଲବଣର ସୁପରିଣ୍ଟେଣ୍ତଣ୍ଟ ଶ୍ରୀଯୁତ ରଡ଼ଫୋର୍ଡ଼ ସାହେବ ଅତି ସଲ୍ଲୋକ । ଇଙ୍ଗରେଜ ଭାଷା ତାଙ୍କର ସ୍ୱଜାତୀୟ ଭାଷା ତ‌ହିଁରେ ସାହେବ ପାରଦର୍ଶୀ ହୋଇଅଛନ୍ତି ଏବିଷୟରେ ଆମ୍ଭେମାନେ ପ୍ରଶଂସା କଲୁଁ ନାହିଁ ଅନ୍ୟାଯ୍ୟ ବଙ୍ଗ ରାଜ୍ୟ ଛାଡ଼ି ଅନ୍ୟ କୌଣସି ରାଜ୍ୟସ୍ଥ ଲୋକେ ସ୍ୱଜାତୀୟ ଭାଷାରେ ଅଗ୍ରଗଣ୍ୟ ହୁଅନ୍ତି ନାହିଁ, ଉକ୍ତ ସାହେବ ସଂସ୍କୃତ ବଙ୍ଗଳା ଉଭୟ ଭାଷାରେ ରତ୍ନସ୍ୱ‌ଋପ ହୋଇଅଛନ୍ତି । ବିଶେଷତଃ ମିଷ୍ଟଭାଷୀ, ପରହିତୈଷୀ ସାଧାରଣ ବିଦ୍ୟା ପ୍ରତ୍ୟାଶୀ, ନମ୍ର ସ୍ୱଭାବ ଇତ୍ୟାଦି ସଦ୍‌ଗୁଣ ଭୁଷଣରେ ସୁଶୋଭନ । ଏହି କାରଣ ତାଙ୍କ ପ୍ରତିଷ୍ଠା ଲେଖିବାକୁ ହୁଏ ଅପର ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ଯେ ଚିତ୍ପୁର ପୋଲୀସ ଦାରୋଗା ଥିଲେ ତ‌ହିଁରେ ବିଶ୍ୱାସିତ୍‌ଋପେ ରାଜକର୍ମ କରି ରାଜପୁଋଷମାନଙ୍କ ପ୍ରିୟ ପାତ୍ର ହୋଇଅଛନ୍ତି । ଗବର୍ଣ୍ଣମେଣ୍ଟ ତାଙ୍କୁ ଖୁଲନା ନ‌ଗରରେ ଡେପୁଟୀ ମାଜିଷ୍ଟ୍ରେଟୀ କର୍ମରେ ନିଯୁକ୍ତ କରିଅଛନ୍ତି ଏ ଦୁଇ ଜଣ ଗୁଣି ଲୋକଙ୍କ ଉଦ୍‌ଯୋଗରେ ଖୁଲନା ନ‌ଗରରେ ବିଦ୍ୟାଳୟ ସ୍ଥାପନୀୟ ଗୋଟାଏ ସଭା ହୋଇଥିଲା । ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ନିମନ୍ତ୍ରଣପତ୍ର ଦ୍ୱାରା ସେଠାର ସର୍ବ ସାଧାରଣଙ୍କୁ ସଭାକୁ ଡ଼ାକିବାରେ ସମସ୍ତେ ସଭାରେ ଉପସ୍ଥିତ ହେଲାଋ ଉକ୍ତ ଶ୍ରୀଯୁକ୍ତ ସାହେବ ସଭାପତି ହୋଇ ଏମନ୍ତ ସବ୍ଦତ୍କୃତା କଲେ ତାହା ଶୁଣି ବିଦ୍ୟାଳୟ ସ୍ଥାପନ ବିଷୟରେ ସଭାସ୍ଥ ସକଳ ଲୋକଙ୍କ ଚିତ୍ତ ଆକର୍ଷଣ ହେଲା ଅନନ୍ତର ଶ୍ରୀଯୁକ୍ତ ବାବୁ ଗୁଋଚରଣ ଦାସ ଡ଼େପୁଟୀ ମାଜିଷ୍ଟ୍ରେଟ ମହାଶୟ ସାହେବଙ୍କ ବତ୍କୃତା ପୋଷକତାରେ ଯେଉଁ ସକଳ ସଦୁପଦେଶ ଦେଲେ ତ‌ହିଁରେ ସଭ୍ୟ ମହାଶୟମାନେ ବିଦ୍ୟାଳୟ ସ୍ଥାପନରେ ସମ୍ମତ ହେଲେ । ତ‌ତ୍ପରେ ଡ଼େପୁଟୀ ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ବାବୁ ଯଦୁନାଥ ରାୟ ବିଦ୍ୟାର କି କି ଗୁଣ ତାହା ବର୍ଣ୍ଣନ କରି ସମସ୍ତଙ୍କୁ ସନ୍ତୁଷ୍ଟ କରାଇଲେ । ମଧ୍ୟରେ ଲବଣସମ୍ପର୍କୀୟ ପ୍ରଧାନ ଦାରୋଗା ଶ୍ରୀଯୁକ୍ତ ବାବୁ ଯଦୁନାଥ ସେଟ ବିଦ୍ୟା ବିଷୟରେ ଏକ ପ୍ରସ୍ତାବ ପାଠ କରି ଥିଲେ ତ‌ହିଁରେ ସୁଦ୍ଧା ପ୍ରାୟ ସମସ୍ତଙ୍କ ଚିତ୍ତରଞ୍ଜନ ହେଲା । ତବ୍ଦାଦ ସଭ୍ୟ‌ଗଣଙ୍କ ସ୍ୱାକ୍ଷରରେ ମାସିକ ୬୦ଟଙ୍କା ସଂଗ୍ରହ ହୋଇଅଛି । ବର୍ତ୍ତମାନ ଗବର୍ଣ୍ଣମେଣ୍ଟ -- ତେବେ ଇଷ୍ଟ -- ବନ ମଧ୍ୟରେ -- ଅନୁଗ୍ରହରେ ଖୁଲନା -- ହୋଇଅଛି ମାତ୍ର ସେଠା ଲୋକେ କେବଳ ଅନ୍ଧକାରରେ ରହିଅଛନ୍ତି । ଉକ୍ତ ସ୍ଥାନରେ ବିଦ୍ୟାଳୟ ହେଲେ ବାଳକମାନେ ଶିକ୍ଷାପ୍ରାପ୍ତ ହୋଇ ଗବର୍ଣ୍ଣମେଣ୍ଟଙ୍କର