ପୃଷ୍ଠା:Prabodha Chandrika (1856).pdf/୧୨୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଚାର ପତ୍ରିକା

ଚିରବାଧିତ ହେବେ । ଆମ୍ଭେ ଶୁଣି ଅଛୁଁ ଉକ୍ତ ସ୍ଥାନରେ ବିଦ୍ୟାଳୟ ସ୍ଥାପନାଭିଳାଷରେ ଶ୍ରୀଯୁକ୍ତ ଉଡ଼୍ରୋ ସାହେବ ଗମନ କରିଥିଲେ, ସେ କ‌ହି ଆସି ଅଛନ୍ତି "ସାଧାରଣ ଦାନରେ ଯେଉଂ ଧନ ଉତ୍ପନ୍ନ ହେବ ତ‌ହିଁଋ ଅଧିକ ଧନ ଗବର୍ଣ୍ଣମେଣ୍ଟ ଦେବେ" ଅତଏବ ଗବର୍ଣ୍ଣମେଣ୍ଟ ଯେ ଆନୁକୁଲ୍ୟ କରିବେ ଏଥିରେ ସନ୍ଦେହ ନାହିଁ, ତ‌ଥାଚ ଆମ୍ଭେମାନେ ଶ୍ରୀଯୁକ୍ତ ଉଡ଼୍ରୋ ସାହେବଙ୍କୁ ପୁନଃ ସ୍ମରଣ କରାଉଅଛୁଁ ସେ ଯାହା ସ୍ୱୀକାର କରି ଆସିଅଛନ୍ତି ତାହା ଯେମନ୍ତ ନ ଭୁଲନ୍ତି । ଯଦିବା ଖୁଲନା ନ‌ଗର ଲବଣମୟ ବାଦା ବେଷ୍ଟିତ କଷ୍ଟ ସ୍ଥାନ ଅଟେ ତ‌ଥାଚ ଭାସ୍କରର ଅଧିକାର ବ‌ହିର୍ଭୂତ ନୁହେ ଅତଏବ ଉଦ୍‌ଯୋଗି ମହାଶୟମାନେ ଇହାବାଦ କି କରିବେ ଆମ୍ଭେମାନେ ଅବଶ୍ୟ ଜାଣି ପାରିବା ।

ଅଗ୍ନି --

ଫାଲଗୁନ ମାସ -- ରାତ୍ରରେ ଜିଲା ଋଙ୍ଗପୁର --ରେ ଅଗ୍ନି --- ହୋଇଅଛି ---।

ବିଲାତ-

ପେରିସ ନ‌ଗର ସନ୍ଧିସଭାର କାର୍ଯ୍ୟରମ୍ଭ ହେଇଅଛି, ଯେଉଁ ୨ ରାଜାମାନଙ୍କ ରାଜ ପ୍ରତିନିଧିଗଣ ସନ୍ଧି ଭାବରେ ଉପସ୍ଥିତ ହେବେ ସେହି ସକଳ ରାଜାମାନେ ପରସ୍ପର ବିଶେଷ ବିଶେଷ ନିୟମର ପ୍ରସ୍ତାବ କରିବା କ୍ଷମତା ରଖିବେ ।

ଉଭୟ ପକ୍ଷୀୟ ସେନା ସବୁ ଯୁଦ୍ଧରେ ବିରାମ ଦେଇ ଅଛନ୍ତି ମାତ୍ର ଏହି ସଭା ସ୍ଥାପନ ଅବ୍ୟବ‌ଭିତ ପୂର୍ବରେ ଫ୍ରେଞ୍ଚ ସେନାମାନେ ସିବାଷ୍ଟପୋଲର ଅନ୍ତର୍ଗତ ଫୋର୍ଟ ନିକଲସ ଓ ଫୋର୍ଟ ଆଲେକଜନ୍ଦର ନାମକ ଦୁଇ ଗଡ଼ ଭାଙ୍ଗି ଦେଇଅଛନ୍ତି ।

ଆଶୁ ଆମେରିକା ରାଜ୍ୟ ସଙ୍ଗେ ଯୁଦ୍ଧ ଘଟନାର କୌଣସି ଆଶଙ୍କା ନାହିଁ, ସନ୍ଧି ସଭାରେ ଇଙ୍ଗରେଜ ଫ୍ରେଞ୍ଜାଦି ରାଜ ପ୍ରତିନିଧିମାନେ ଋଷମାନଙ୍କ ନାଇକୋଲେଫ ଦୁର୍ଗ ଭାଙ୍ଗିବାକୁ ପ୍ରସ୍ତାବ କରିଅଛନ୍ତି, ଋଷ ପ୍ରତିନିଧି ସେଥିରେ ସମ୍ମତ ହୁଅନ୍ତି ନାହିଁ, ସରଜନ ମ୍ୟକଳିନ ସାହେବ ସିବାଷ୍ଟପଲ ସେନାମାନଙ୍କ ଦୁରବସ୍ଥା