ପୃଷ୍ଠା:Prabodha Chandrika (1856).pdf/୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଦ୍ୟପି ଅଳ୍ପ ବର୍ଷ ମଧରେ ସମୀପବର୍ତ୍ତୀ ବଙ୍ଗ ଦେଶରେ ବଙ୍ଗଳା ଭାଷା ଅତି ଯତ୍ନପୂର୍ବକ ସେ ଦେଶର ଅନେକ ବିଦ୍ବନ୍ମହାଶୟ କର୍ତ୍ତୃକ ପରିଷ୍କୃତ ଓ ସୁଶୋଭିତ ହୋଇଅଛି ପୁଣି ଦେଶୀୟ ଓ ଇଙ୍ଗରେଜୀ ବିଦ୍ୟା ଶିକ୍ଷାର୍ଥେ ଅନେକ ପାଠଶାଳା ଓ କଲେଜ ନିଯୁକ୍ତ କରାଯାଇଅଛି ଏବଂ ଛାପାଯନ୍ତ୍ର ସ୍ଥାପିତ ହୋଇଅଛି, ଅଥଚ ଅତୀତ ସପ୍ତ‌ତ୍ରିଂଶ ବର୍ଷ ମଧ୍ୟରେ ପ୍ରାୟ ଶଏ ଗୋଟା ଭିନ୍ନ ଭିନ୍ନ ସମାଚାର ପତ୍ର ଆଉ ଏ ପ୍ରବୋଧ ଚନ୍ଦ୍ରିକା ତୁଲ୍ୟ ମାସିକ କିମ୍ବା ସାପ୍ତାହିକ ପୁସ୍ତକ ଆରମ୍ଭ ହୋଇ ଦେଶଯାଙ୍କ ପ୍ରଚାର ହୋଇଅଛି, ପୁଣି ବିବିଧ ଜ୍ଞାନସୂଚକ ଅନେକ ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶ ପାଇଅଛନ୍ତି, ତଥାପି ଏ ଉତ୍କଳ ଦେଶରେ ଏତାଦୃଶ ଅତ୍ୟାବଶ୍ୟକ ବିଷୟରେ ଅଳ୍ପମାସ ଉଦ୍‌ଯୋଗ ହୋଇଅଛି । ଏ ସକଳ ବିଷୟରେ ଏ ଦେଶୀୟ ଲୋକେ ଶିଥିଳ ଆଉ ନିଶ୍ଚେଷ୍ଟିତ । ଜ୍ଞାନଠାରୁ ଅଳ୍ପ ଧନ ସୁଦ୍ଧା ପ୍ରାୟତର ବୋଧକରି ଯାହା ଦ୍ବାରା ସେହି ଧନ ସର୍ବତ୍ର ପ୍ରଚୁର ରୂପେ ଉପାର୍ଜିତ ହୁଅଇ, ତାହା ଅନାଦର କରିଅଛନ୍ତି । ଅତଏବ ଫଳ ଦେଖ, ଏ ଦେଶ ସ୍ଥାପିତ ନାନା ସରକାରୀ କଚେରୀ ଇତ୍ୟାଦିରେ ବିଦେଶୀୟ ଅର୍ଥାତ୍ ବଙ୍ଗାଳୀ ଲେକେ ପ୍ରାୟ ସବୁ ଉତ୍ତମ ଉତ୍ତମ ପଦ ପ୍ରାପ୍ତ ହୋଇଅଛନ୍ତି ।

ଏ ପ୍ରବୋଧ ଚନ୍ଦ୍ରିକା ପ୍ରତ୍ୟେକ ଦେଶୀୟ ମାସ ଆରମ୍ଭରେ ପ୍ରକାଶିତ ହେବ । ପ୍ରତ୍ୟେକ ଖଣ୍ଡରେ କୋଡ଼ିଏ କି ପଚିଶ ପୃଷ୍ଠା ଛପା ହେବ । ପ୍ରଥମରେ ଦେଶୀୟ ମହାବିଜ୍ଞ ପୁରାତନ କୌଣସି ପଣ୍ଡିତ କର୍ତ୍ତୃକ ରଚିତ ଆଉ ଉତ୍ତମ ଶିକ୍ଷାଦାୟକ ଗ୍ରନ୍ଥ ନତୁବା ବଙ୍ଗଦେଶୀୟ ବିଦ୍ବଜନଗଣ କର୍ତ୍ତୃକ ନାନା ସମୟରେ ଯେଉଁ ଉତ୍ତମ ଉତ୍ତମ ପୁସ୍ତକ ପ୍ରକାଶ ହୋଇଅଛି କିମ୍ବା ଆଗାମିରେ ହେବ ତନ୍ମଧ୍ୟରୁ କୌଣସି କୌଣସି ପୁସ୍ତକ ଆଦ୍ୟ ପ୍ରାନ୍ତ କ୍ରମେ କ୍ରମେ ଏ ପ୍ରବୋଧ ଚନ୍ଦ୍ରିକାରେ ପ୍ରକାଶ କରାଇବାର ମାନସ ଅଛି । ତଦ୍‌ବାଦ ଅନ୍ୟ ଅନ୍ୟ ମନୋରଞ୍ଜକ ଆଉ ନୀତିଶିକ୍ଷାଦାୟକ ବୃତ୍ତାନ୍ତ କିମ୍ବା ବିଶିଷ୍ଟ ମହାତ୍ମମାନଙ୍କ ଜୀବନ ବିବରଣ ଅଥବା ଶିଳ୍ପ ଉତ୍ୟାଦି ବିଦ୍ୟା ସମ୍ବନ୍ଧୀୟ ପ୍ରସଙ୍ଗ ପ୍ରକାଶ କରାଯିବ । ଶେଷରେ ଏ ଜିଲ୍ଲା ମଧରେ ଯେତେବେଲେ ଯେଉଁ ଘଟଣା ଶୁଣାଯାଏ ଏବଂ ଦେଶ ବିଦେଶର ଯେଉଁ ନାନା ମହଦାଶ୍ଚର୍ଯ୍ୟ ସମ୍ବାଦ ମିଳେ, ତହିଁର ସାରାଂଶ କଲିକତାଠାରେ ପ୍ରାପ୍ତ କେତେକ ଇଙ୍ଗରେଜୀ ଓ ବଙ୍ଗଳା ଖବର କାଗଜରୁ ଅନୁବାଦିତ ହୋଇ ଏ ପ୍ରବୋଧ ଚନ୍ଦ୍ରିକାରେ ପ୍ରକାଶ ପାଇବ ପୁନର୍ବାର ପ୍ରତ୍ୟେକ ଖଣ୍ଡରେ ମାସିକ ପାଞ୍ଜୀ ଦେବାର ମାନସ ଅଛି । କୌଣସି ବିଶେଷ ଧର୍ମର ପ୍ରଚାର ଏ ପୁସ୍ତକର ଅଭିପ୍ରାୟ ନୁହଇ ଏ ସକାଶେ ତାହା ଆପଣା ଆପଣା ଗୃହରେ ଶ୍ରବଣ କରି ପାଠ କଲେ କାହାର ଇଷ୍ଟଧର୍ମ