ପୃଷ୍ଠା:Prabodha Chandrika (1856).pdf/୧୫୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବର୍ତ୍ତମାନ ଋଷନରେନ୍ଦ୍ର ରାଜଟୀକା ଗ୍ରହଣାନ୍ତେ ପ୍ରଜାମାନଙ୍କୁ ଯେଋପ ସୁଶାସନରେ ରକ୍ଷା କ‌ଋଅଛନ୍ତି ତାହା ଯଥାର୍ଥ ରାଜବଂଶର କର୍ମ ହେଉଅଛି, ସେଇ ଭୂପାଳ ସ୍ୱୟଂ ବକ୍ତ‌ତା ଦ୍ୱାରା ପ୍ରଜାମାନଙ୍କୁ ବିବିଧ ପ୍ରକାରରେ ଉତ୍ସାହ ପ୍ରଦାନ କ‌ଋଅଛନ୍ତି, ଏବଂ ସୈନ୍ୟ ସମ୍ବନ୍ଧୀୟ ବ‌ହୁଳ ପ୍ରଜାଙ୍କୁ ଚାରି ବର୍ଷ ନିମନ୍ତେ ଅବସର ଦେଇଅଛନ୍ତି, ଋଷନରେନ୍ଦ୍ରଙ୍କର ଏହିଋପ ସବ୍ଦ୍ୟ‌ବ‌ହାର ଦେଖି ରାଜ୍ୟସ୍ଥ ସମସ୍ତେ ତାଙ୍କର ବଶୀଭୁତ ହୋଇଅଛନ୍ତି, ସମ୍ପ୍ରତି ଋଷିୟାନମାନଙ୍କର ଦଶଲକ୍ଷ ସୈନ୍ୟ ଅଛନ୍ତି ଆଗାମିରେ ଯଦ୍ୟପି ବିଗ୍ରହାଦି ନୋହିବ ତେବେ ରାଜ୍ୟ ରକ୍ଷାର୍ଥ କେତେକ ସୈନ୍ୟ ରଖି ବାକି ସମସ୍ତଙ୍କୁ ବିଦାୟ ଦେବେ ଋଷରାଜ ଯେତେବେଳେ ରାଜଟୀକା ଗ୍ରହଣ କଲାମାତ୍ର ପ୍ରଜାବର୍ଗଠାରେ ଏହିଋପ ସଦ୍ଦ୍ୟବ‌ହାର ପ୍ରକାଶ କ‌ଋଅଛନ୍ତି ତେତେବେଳେ ଭବିଷ୍ୟତରେ ପ୍ରଜାମାନେ ତାଙ୍କ ରାଜତ୍ୱରେ ଅବଶ୍ୟ ସୁଖଭୋଗ କରିବେ, ବିଶେଷତଃ ସେ ଯେମନ୍ତ ଦୟାବାନ୍ ସେଥିରେ ପ୍ରଜାମାନେ ସୁଖରେ ରହିବେ ସନ୍ଦେହ କି ?

ମଫସଲୀ ପୋଲିସ ଆମଲାମାନଙ୍କୁ ସେମାନଙ୍କ ଭାରକର୍ମ ସମ୍ପନ୍ନ କରିବା ଉପଦେଶଧାରକ ଏକ ୧ ଖଣ୍ତ ଆଇନ ଦେବା ସକାଶାତ୍ ମନ୍ଦ୍ରାଜର ଗବର୍ଣ୍ଣମେଣ୍ଟ ଆଜ୍ଞା ପ୍ରଦାନ କରିଅଛନ୍ତି, ଏହି ପ୍ରକାର ଆଜ୍ଞାରେ ଭାରତବର୍ଷୀୟ ପ୍ରତିଜିଲାରେ ତାହା ପ୍ରଦାନ ହେବ, ଅତଏବ ମାଜିଷ୍ଟ୍ରେଟ ସାହେବମାନ‌ଙ୍କର ଉଚିତ ହେବ କି, ବାର୍ଷିକ ବନ୍ଦୋବସ୍ତ ସମୟରେ ମଫଃସଲର ପୋଲୀସ ଆମଲାମାନେ ଆପଣା ୨ କର୍ତ୍ତବ୍ୟ କର୍ମରେ କି ପ୍ରକାର ପାରଦର୍ଶିତା ପ୍ରକାଶ କ‌ଋଅଛନ୍ତି ତାହା ନିଶ୍ଚୟ କରିବେ, ଏଥିଋ ବୋଧ ହୁଏ କି, ଏ ସମ୍ବାଦ କର୍ଣ୍ଣ‌ଗୋଚର ହେଲାକ୍ଷଣି ଯେଉଁ ସକଳ ପୋଲୀସ କର୍ମକାରିମାନେ ସ୍ୱୀୟ ୨ କର୍ମରେ ଅଜ୍ଞ ଅଛନ୍ତି ସେମାନେ କର୍ମଚ୍ୟୁତ ହେବା ଶଙ୍କାରେ ଉତ୍ତମ‌ଋପରେ ସୁଶିକ୍ଷିତ ହେବାର ଚେଷ୍ଟା କରିବେ ।

ଶ୍ରୀଯୁତ କୋର୍ଟ ଡୈରେକ୍ଟର୍ସ ସାହେବମାନେ ବଙ୍ଗଳାଦେଶର ଶ୍ରୀଯୁତ ଲେପ୍‌ଟେନେଣ୍ଟ ଗବର୍ଣ୍ଣର ସାହେବଙ୍କଠାଋ ତାଙ୍କ ଅଧୀନ ଦେଶୀୟ ଡେପୁଟୀ କଲେକ୍ଟରମାନଙ୍କ ମଧ୍ୟରେ କେଉଁମାନେ ଅଧିକ ଯୋଗ୍ୟ ଓ ସୁଖ୍ୟାତ ଅଟନ୍ତି ସେମାନଙ୍କ ନାମ ତଲବ କରିବାରେ ଶ୍ରୀଯୁତ ଲେପଟେନେଣ୍ଟ ବାହାଦୁର ନିମ୍ନ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ନାମ ଲେଖି ପଠାଇ ଅଛନ୍ତି । ଅର୍ଥାତ୍ ,