ପୃଷ୍ଠା:Prabodha Chandrika (1856).pdf/୧୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ହାନି ହେବ ଏ ପ୍ରକାର ଶଙ୍କା କେହି ନ କରିବେ । ଏ ପୁସ୍ତକର ବାର୍ଷିକ ଅର୍ଥାତ୍ ବାରଖଣ୍ଡର ମୂଲ୍ୟ ଏକାବେଳେକେ ଆଗତୁରା ଦେଲେ କେବଳ ଦେଢ ଟଙ୍କା ଦେବାକୁ ହେବ ।"

(ପ୍ରବୋଧ ଚନ୍ଦ୍ରିକା ୯୮୫୬, ୧ମ ସଂଖ୍ୟା-ପୃ ୧-୩)

ଓଡ଼ିଆରେ ପ୍ରଥମ ପତ୍ରିକା 'ଜ୍ଞାନାଋଣ‘ ଅଳ୍ପ ସମୟ ପ୍ରକାଶ ପରେ ବନ୍ଦ ହୋଇଯାଇଥିଲା ଓ 'ପ୍ରବୋଧ ଚନ୍ଦ୍ରିକା' ପ୍ରଥମ ସାହତ୍ୟିକ ଓ ସମାଚାର ପତ୍ରିକା ରୂପେ ନିୟମିତ ଭାବରେ ତିନି ବର୍ଷ ପ୍ରକାଶ ପାଇଥିଲା । ପ୍ରକାଶିତ ବିଷୟଗୁଡ଼ିକର ଭାଷାରେ ବଙ୍ଗଳା ପ୍ରଭାବ ନାହିଁ । ଠିକ୍ ଆଧୁନିକ ଗଦ୍ୟ ଶୈଳୀ ଏଥିରେ ପ୍ରକାଶ ପାଇଛି । ପତ୍ରିକାର ପ୍ରଥମ ବର୍ଷରେ ମିତ୍ର ଲାଭର ଅନୁବାଦ (କ୍ରମଶଃ), ସୀତାଙ୍କ ବିବରଣୀ (କ୍ରମଶଃ), କନ୍ଧ ଜାତ, ସାନ୍ତାଳମାନଙ୍କ ସମାଚାର, ଜାଇତ୍ରୀ ଓ ଜାଇଫଳ ବିଷୟ, ପ୍ରୟାଗ, ରାଜା ଆଉ ରାଜପକ୍ଷୀ, ଧର୍ମ ବିଷୟ, ବାୟୁ ସେବନ ରକ୍ତ ଚଳିବା ବିଷୟ, ସାବିତ୍ରୀ ବିବରଣ, ହସ୍ତିର ବିବରଣ, କୁକ୍‌କୁର ଏବଂ ତାହାର ପ୍ରଭୁ ପ୍ରଭୃତି ବିଷୟ ସହିତ ମାସିକ ସମ୍ବାଦ ଓ ପଞ୍ଜିକା ସ୍ଥାନ ଲାଭ କରୁଅଛି । ୧୮୫୭ର ପ୍ରବୋଧ ଚନ୍ଦ୍ରିକାରେ ହିତୋପଦେଶ (ଅନୁବାଦ), ଶାକରୁ ଶର୍କରା ଉଭବ, ଆଳସ୍ୟ, ଶୃଗାଳ, ଋଶୀୟ ଦେଶର ରାଜଦଣ୍ଡ, ଚସା, ନକୁଳ, ଶ୍ୱେତହସ୍ତି ବିଷୟ, କର୍ପର ବିବରଣ, ଭାରତ ବର୍ଷୟ ବଷ ବୃକ୍ଷ, ମେଘ ବିଷୟ, ବାଷ୍ଣଦ୍ବାର୍ ନୌକା ଚଳାଇବା ବିଷୟ, ସିଂହଳ ଦ୍ୱୀପରେ ମୁକ୍ତା ନେନ୍ଦ୍ଷଣ, ସିନ୍ଧ, ଦେଶକ, ରୁପାକର୍ମ ଉତ୍ପତ୍ତିର ବିଷୟ, ବହୁତ ଓ ବକ୍ର ବକ୍ଷୟ ପ୍ରଭୃତ ସୁନ୍ଦର ସୁନ୍ଦର ବୈଜ୍ଞାନିକ, ସାହତ୍ଯକ ବିଷୟର ଅନୁବାଦ ଓ ଆଲେଚନା ପ୍ରକାଶ ପାଇଛୁ । ଦେଖିବାର କଥା ଯେ ଏଥୁରେ ଗୋଟିଏ ହେଲେ କବିତା ପ୍ରକାଶ ପାଇ ନାହିଁ । ଏହା ଅଲ ପ୍ରଥମ ସାହିତ୍ୟିକ ଓ ସମାଲ୍ଟର ମୂଳକ ଓଡ଼ିଆ ପତ୍ରିକା । ଏହ ପତ୍ରିକାରେ ବିଦେଶ ସମ୍ବାଦ, ଇ°ଲଣ୍ଡ ଦେଶର ସମ୍ବାଦ, ସର୍ବସ୍କରଙୟ ଓ ଓଡ଼ଶା ର ସମ୍ବାଦ ଯଥାବିଧ୍ବ ପ୍ରକାଶ ପାଇଛି-ସଂସ୍କାର ମୂଳକ ସମ୍ବାଦ ମଧ୍ୟରେ ଇଂରାଜୀ ଶିକ୍ଷା ଓ ବିଧବା ବିବାହ ସମ୍ବାଦ ପ୍ରଧାନ ସ୍ଥାନ ଲାଭ କରିଛୁ । ଖ୍ରୀ: ୯୮୫୭ ହେଉଛି ଭାରତରେ ରକ୍ତାକ୍ତ ସିପାହ ବଦ୍ରୋହର ସମୟ ଓ ସେହ ବଦ୍ରୋହ ସମ୍ବାଦ ଗୁଡ଼ିକ ମଧରେ ସମ୍ବଲପୁର ସିପାହ ବଦ୍ରୋହର ସମ୍ବାଦ ଉଜ୍ଜଲ ହୋଇ ଉଠିଛୁ । ଯେପରି, ‘ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର ଶ୍ରୀଯୁତ କାପ୍ତାନ ଲି ସାହେବ ଲେଖିବନ୍ତ କ, ସମ୍ବଲପୁରର ରାଜବଂଶୀୟ । Digitized by Sujanka @gmal.com