ପୃଷ୍ଠା:Prabodha Chandrika (1856).pdf/୪୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବୈରି ନାଶାର୍ଥେ ବିଶ୍ୱାସଘାତକା କରନ୍ତି । ଗୁମସର ଲୋକେ ବ‌ହୁ ପରିଶ୍ରମରେ କାତର ହୁଅନ୍ତି ନାହିଁ ଏବଂ ଅତି କଠିନ ବିଷୟ ଉପସ୍ଥିତ ହେଲେହେଁ ବିରକ୍ତ ହୋଇ ତାହା ତ୍ୟାଗ କରନ୍ତି ନାହିଁ ।

ବ‌ହୁ ବିବାହ ବ୍ୟବ‌ହାର କନ୍ଦଜାତିଙ୍କ ମଧ୍ୟରେ ପ୍ରଚଳିତ ଅଟେ କିନ୍ତୁ ବର ଇଚ୍ଛାପୂର୍ବକ ବିବାହ କରିବାକୁ ଚାହିଁଲେ କନ୍ୟାର ପିତାମାତାଙ୍କୁ ତାହାର କିଛି ଦେବାର ଆବଶ୍ୟକ ଅଥବା ଉଭୟପକ୍ଷୀୟ କର୍ତ୍ତାମାନେ ବିବାହ ବିଷୟ ସ୍ଥିର କରନ୍ତି । ଅନେକ ସ୍ଥାନରେ ଏହି ବ୍ୟବ‌ହାର ଚଳେ ଅର୍ଥାତ୍ ଗୋଋ ଇତ୍ୟାଦି ବ‌ହୁମୂଲ୍ୟ ବସ୍ତୁ ଦିଅନ୍ତି ଏବଂ ଅନ୍ୟସ୍ଥଳରେ କନ୍ୟାର ପିତାମାତାଙ୍କୁ କିଛି ନ ଦେଇ କେବଳ କନ୍ୟାକୁ ବର କିଛି ଦେଲେ ହୁଏ । ଗୁମସରରେ ବ୍ୟଭିଚାର ବ୍ୟାପାର ପ୍ରାୟ ଘଟେ ନାହିଁ, ଯଦ୍ୟପି ହୁଏ ତ‌ଥାଚ କେହି ଜାଣି ପାରେ ନାହିଁ , ଯଦ୍ୟପି ଜଣାଯାଏ ତେବେ ଦୁଇଜଣଙ୍କୁ ଯମାଳୟକୁ ପ୍ରେରଣ କରନ୍ତି ।

ସମାଚାର ପତ୍ରିକା

ଏ ପତ୍ରିକା ଗ୍ରାହକଙ୍କ ବିଜ୍ଞାପନ ନିମନ୍ତେ ପ୍ରକାଶ କରା ଯାଇଅଛି କି ଉତ୍କଳ ଭାଷାର ଏ ପ୍ରବୋଧ ଚନ୍ଦ୍ରିକା ନୂତନ ସୃଷ୍ଟ ହେବାଋ ସେଥିର ନିୟମ ନିର୍ଦ୍ଦିଷ୍ଟ କରିବାରେ କିଞ୍ଚିତ୍ ବିଳମ୍ବ ହୋଇଅଛି ଅତଏବ ପ୍ରଥମ ସଂଖ୍ୟାରେ ଅଧିକ ସମ୍ବାଦ ଅନୁବାଦିତ ହୋଇ ନ ପାରିଲା, କିନ୍ତୁ ଦ୍ୱିତୀୟ ସଂକ୍ଷ୍ୟା ପ୍ରଭୃତିରେ ଅବଶ୍ୟ ପ୍ରକାଶ ହେବ ।

କନ୍ଦମାଳଠାଋ ସମାଚାର ମିଳିଅଛି କି ଡ଼ିସେମ୍ବର ମାସ ୬ ତାରିଖ ଅତି ପ୍ରଭାତରେ ଅନେକ କନ୍ଦମାନେ ଏକତ୍ର ହୋଇ ତୀରକମାନ ଘେନି କନ୍ଦମାଳରେ ଥିବା ଏଜେଣ୍ଟ ସାହେବଙ୍କ ଉପରେ ଚଢ଼ାଉ କଲେ । ସାହେବବକ ସଙ୍ଗେ କେତେଜଣ ଲସ୍କର ଥିବାରେ ଏବଂ କନ୍ଦମାନେ ଆପଣା ତରଫ‌ଋ ତୀର ଚଳାଇବା‌ଋ ଉକ୍ତ ସାହେବ ସେମାନଙ୍କ ଉପରେ ଗୁଲିମାରିବାକୁ ଲସ୍କରମାନଙ୍କୁ ହୁକୁମ ଦେଲେ । ତ‌ହିଁରେ ଜଣେ କନ୍ଦଠାରେ ଗୁଲି ବାଜି ସେ ମରି ଯିବାଋ ଅନ୍ୟ ସବୁ କନ୍ଦମାନେ ପଳାଇ ଯାଇ କିଛି ଦୂରରେ ପୂନର୍ବାର ଜମା ହୋଇଅଛନ୍ତି । କନ୍ଦମାନେ କି ହେତୁଋ ସରକାରଙ୍କ ବିରୁଦ୍ଧରେ ଏହି ପ୍ରକାର ବିଦ୍ରୋହ କର୍ମ କ‌ଋଅଛନ୍ତି ତାହା ଅଦ୍ୟାବ‌ଧି