ପୃଷ୍ଠା:Prabodha Chandrika (1856).pdf/୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଚାର ପତ୍ରିକା

ଭୟାନ‌କ ଡ଼କାଇତୀ ହୁଏ, ଡ଼କାଇତମାନେ ଗୃହସ୍ୱାମୀକି ଗୁଋତର ପ୍ରହାର ପ୍ରଦାନ ପୂର୍ବକ ଅନ୍ୟୂନ ୭୦୦୦ ଟଙ୍କାର ଦ୍ରବ୍ୟାଦି ଅପ‌ହରଣ କଲେ, ଜିଲା ଚବିଶ ପରଗଣାର ମାଜିଷ୍ଟ୍ରେଟ ସାହେବ ଡ଼କାଇତଙ୍କୁ ଧରିବା ଲାଦି ୫୦୦ ଟଙ୍କା ପୁରସ୍କାର ପ୍ରଦାନର ଇସ୍ତିହାର ଦେଇଥିଲେ ସେଥିରେ ସ୍ଥାନୀୟ ପୋଲିସ ଆମଲାମାନଙ୍କ ସନ୍ଧାନରେ ଡ଼କାଇତଙ୍କ ଭିତ‌ଋ ଜଣେ ସୁଦ୍ଧା ଧରା ଗଲା ନାହିଁ ତବ୍ଦାଦ ମାଜିଷ୍ଟ୍ରେଟ ସାହେବ ଇଟାଲୀ ଥାନାର ଉପ‌ଯୁକ୍ତ ଦାରୋଗା ବାବୁ ହେମଚନ୍ଦ୍ର କରଙ୍କୁ ଦସ୍ୟୁ ଧୃତ କରିବା ସକାଶେ ଗୋବିନ୍ଦପୁରକୁ ପ୍ରେରଣ କଲେ କର ବାବୁ ବିସ୍ତର କ୍ଳେଶରେ ଉକ୍ତ ଦସ୍ୟୁଦଳ ମଧ୍ୟ‌ଋ ୧୮ ଜଣଙ୍କୁ ଧରି ଅଛନ୍ତି ଏବଂ ହୃତ ବସ୍ତୁଋସୁଦ୍ଧା କିୟଦଂଶ ପୁନର୍ବାର ପ୍ରାପ୍ତ ହୋଇ ଅଛନ୍ତି, ଯେଉଁ ସକଳ ଡ଼କାଇତମାନେ ଧରାହୋଇ ଅଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଦାଗୀ ଚୋର ଅଛନ୍ତି ଅର୍ଥାତ୍ ପୂର୍ବରେ ଯେଉଁମାନେ ଅନେକ ଥର ଚୋରୀ ଡ଼କାଇତୀ ମକଦ୍ଦମାରେ ଦଣ୍ତ ପାଇଥିଲେ, ବର୍ତ୍ତମାନ ଶେସନ ଜ‌ଜ ସାହେବ ସେମାନଙ୍କ ପ୍ରତି କି ଦଣ୍ତ ବିଧାନ କରିବ ଦେଖାଯିବ ।