ପୃଷ୍ଠା:Prabodha Chandrika (1856).pdf/୬୮

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମାଚାର ପତ୍ରିକା

ଚିକିତ୍ସାଗୃହ ପ୍ରସ୍ତୁତ ନୋହିବାଋ ଦୁଃଖି ଦରିଦ୍ରମାନେ ଆସି ଔଷଧ କାରଣ ଆର୍ତ୍ତନାଦ କରନ୍ତି ଏବଂ ପଥିକ ଓ ଯାତ୍ରିମାନଙ୍କ ଆଶ୍ରୟ ପାଇବାର ଉପାୟ ହୋଇଥିଲା ମାତ୍ର କୌଣସି ଅବ୍ୟକ୍ତ କାରଣରେ ବା ବିଶେଷ କାରଣରେ ହେଉ ଗବର୍ଣ୍ଣମେଣ୍ଟ ଚିକିତ୍ସାଳୟର କାର୍ଯ୍ୟ ରହିତ କରି ହଠାତ୍ ଔଷଧ ପ୍ରଦାନର ଦ୍ୱାର ଋଦ୍ଧ କଲେ ସେଥିରେ ପୂର୍ବରେ ଯେଉଁ ସକଳ ଦୁଃଖି ଦରିଦ୍ରମାନଙ୍କୁ ଔଷଧ ପ୍ରଦାନ କାରଣ ଡ଼କା ଯାଉଥିଲା ଏତେବେଳେ ସେମାନଙ୍କୁ ବାହାର କରି ଦେବାକୁ ହେଉଅଛି ଏବଂ ନିରାଶ୍ରୟ ଲୋକେ ଯେଉଁମାନେ ଔଷଧ ପଥ୍ୟ ଆଶାରେ ବୃକ୍ଷ ମୂଳାବଲମ୍ବନ କରିଥିଲେ ସେମାନେ ସୁଦ୍ଧା ଦୂରୀକୃତ ହେଲେ, ଏବଂ ଗବର୍ଣ୍ଣମେଣ୍ଟଙ୍କ ଦାନର ଶବ୍ଦ ଯାହା ଚତୁର୍ଦିଗ ବ୍ୟାପକ ହୋଇଥିଲା ତାହା ଜଳରେଖାର ନ୍ୟାୟ ଲୁପ୍ତ ହୋଇ ଗଲା ଇହା କେବଳ ଉପ‌ହାସ ସ୍ଥଳ ହୋଇଅଛି, ଗବର୍ଣ୍ଣମେଣ୍ଟ ସର୍ବସାଧାରଣଙ୍କୁ ପ୍ରାଣଦାନର ଆଶା ଦେଇ କାହିଁକି ବଞ୍ଚିତ କଲେ ଭଗବାନ କ‌ହି ପାରନ୍ତି ।

କସ୍ୟଚିତ୍ ପଥିକସ୍ୟ । ବିଲାତୀୟ ସମ୍ବାଦ ।

ବିଦ୍ୟୁତିକ ବାର୍ତ୍ତାବ‌ହଦ୍ୱାରା ବମ୍ବାଇଠାଋ ଯେଉଁ ବିଲାତୀୟ ସମାଚାର ଆସିଅଛି ତାହା ଶୁଭାବ‌ହ ବୋଲିବାକୁ ହେବ, ତ‌ହିଁରେ ମହା ସମର ଶେଷ ହୋଇ ସନ୍ଧିସ୍ଥାପନର ବିବରଣ ପ୍ରକାଶ ପାଉଅଛି, ଆମ୍ଭେମାନେ ପାଠକ ମହାଶମାନଙ୍କ ବିଜ୍ଞାପନ ନିମନ୍ତେ ତ‌ହିଁର ସାରାଂଶ ପଶ୍ଚାତ୍ ଲେଖୁଅଛୁଁ ।

ଅସ୍ତ୍ରୀୟାନ ରାଜ ପ୍ରତିନିଧି ସନ୍ଧିପ୍ରସ୍ତାବ ଘେନି ଋଷ ରାଜଧାନୀ ସେଣଜ୍ଞଟ ପିଟର୍ସବର୍ଗ ନ‌ଗରରେ ପ୍ରବେଶ ହୋଇ ଡ଼ିସେମ୍ବର ମାସ ୨୭ ତାରିଖରେ କୌଣ୍ଟନେସେଲରୋଡ଼ଙ୍କ ସ‌ହିତ ସାକ୍ଷାତ୍ କରିଅଛନ୍ତି, ଓ ଇଙ୍ଗରେଜ ଫ୍ରେଞ୍ଚ ଗବର୍ଣ୍ଣମେଣ୍ଟ ସେ ସନ୍ଧିରେ ସମ୍ମତ ହୋଇଅଛନ୍ତି ।

ଅସ୍ତ୍ରୀୟ ଦୂତ ଋଷ ରାଜ୍ୟକୁ ଯାଇ ଅଛନ୍ତି ସତ୍ୟ ଏବଂ ଅସ୍ତ୍ରୀୟା ବାଦଶାହ ଏହି ମହାସମର ଭଙ୍ଗାର୍ଥେ ଉଦ୍‌ଯୋଗ କ‌ଋଅଛନ୍ତି ଏକଥା ମଧ୍ୟ ସତ୍ୟ ତ‌ଥାଚ ସନ୍ଧି ସ୍ଥାପନ ପକ୍ଷରେ ଲୋକଙ୍କର ବିଶ୍ୱାସ ଜନ୍ମି ନାହିଁ, ସନ୍ଧି ହେବ ନାହିଁ ବୋଲି ଅନେକ ଲୋକ କ‌ହୁଅଛନ୍ତି, ଋଷ ବାଦଶାହ ପ୍ରସ୍ତାବିତ ସନ୍ଧି ନିୟମର ବିପରୀତରେ କୃଷ୍ଣ ସମୁଦ୍ରରେ କେବଳ ଋଷ ଓ ତୁରକ ଜାହାଜ ରହିବ ବୋଲି ଅଭିପ୍ରାୟ ବ୍ୟକ୍ତ କ‌ଋଅଛନ୍ତି, ଏଥିଲାଗି ବାଦଶାହ ସଭା କରି ଥିଲେ ।