ପୃଷ୍ଠା:Prabodha Chandrika (1856).pdf/୯୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲେ । ଉକ୍ତ ଡାକ୍ତର ସାହେବଙ୍କ ନିକଟରେ ଯେତେବେଳେ ଚିଟୀ ପ‌ହୁଞ୍ଚିଲା ତେତେବେଳେ ସେ ନିଦ୍ରିତ ଥିଲେ । ତ‌ହିଁଉତ୍ତାଋ ଜାଗ୍ରତ୍ ହୋଇ ଚିଟୀ ପାଠ କରି ଅନ୍ୟ ମନସ୍କତାରେ ଦୁଇ ଗ୍ରେନ୍ ବଦଳରେ ୧୦ ଗ୍ରେନ୍‌ମାରଫିୟାଲେଖି ଦେଲେ । ଅନନ୍ତର ଔଷଧାଳୟରେ ସେ ଚିଟୀ ଦେଖାଇବାଋ ଔଷଧ ବିକ୍ରେତା ୧୦ ଗ୍ରେନର ଗୋଟିଏ ବଟିକା ପ୍ରସ୍ତୁତ କରି ଜେ ମିସନ ସାହେବଙ୍କଠାକୁ ପଠାଇ ଦେଲା । ସେ ସେହି କାଳସ୍ୱ‌ଋପ ବଟିକା ସେବନ କରି ରାତ୍ରରେ ପଞ୍ଚତ୍ୱ ପାପ୍ତ ହେଲେ । ଚିକିତ୍ସକମାନଙ୍କର ସର୍ବଦା ସାବଧାନ ହେଇ ଔଷଧାଦି ବିଷୟରେ ଲେଖାପଢ଼ା କରିବାର ଆବଶ୍ୟକ, କାରଣ କି, ସେମାନଙ୍କର ଅସାବଧାନତା ହେତୁଋ ମନୁଷ୍ୟର ଅମୂଲ୍ୟ ଜୀବନ ନଷ୍ଟ ହେବାର ସମ୍ଭାବନା । ଡାକ୍ତର ବେଟି ସାହେବ ଯେବେ ସାବଧାନ ହୋଇଥାନ୍ତେ ତେବେ ମିସନ ସାହେବଙ୍କର ଏମନ୍ତ ହଠାତ୍ ମୃତ X X X ।


ଆମ୍ଭେ X X କାଶ କ‌ଋ X X କୋର୍ଟ ଅଫ ଡୈରେକ୍‌ଟର୍ସ ଦ୍ୱାରା ଗବର୍ଣ୍ଣମେଣ୍ଟର ଅଚିହ୍ନିତ କର୍ମଚାରିମାନଙ୍କ ଛୁଟୀ ବିଷୟରେ ଏକ ନୂତନ ବିଧାନ ଧାର୍ଯ୍ୟ ହୋଇଅଛି ଅର୍ଥାତ୍ ଶତସଂଖ୍ୟକ ମୁଦ୍ରା ବେତନଭୋଗି କର୍ମ ନିର୍ବାହକମାନେ ବର୍ଷ କର୍ମକଲେ ମାସେ ଛୁଟୀ ପାଇବେ । ଏ ନିୟମ ସ୍ଥାପିତ ହେବାଋ ଅତ୍ୟନ୍ତ ପରିଶ୍ରମି କର୍ମକାରକମାନଙ୍କ ପକ୍ଷରେ ଅବଶ୍ୟ ମଙ୍ଗଳ ହୋଇଅଛି ଏଥିରେ ସନ୍ଦେହ କି ? ଗବର୍ଣ୍ଣମେଣ୍ଟର ଚିହ୍ନିତ କର୍ମକାରିମାନେ କିଞ୍ଚିତ୍ ଛଳ ପ୍ରକାଶ କଲାମାତ୍ରକେ ୧୪ ଅବା ୧୫ ମାସର ଛୁଟୀ ଅନାୟାସରେ ପ୍ରାପ୍ତ ହୁଅନ୍ତି ମାତ୍ର ଅଚିହ୍ନିତ କର୍ମକାରିମାନେ କୌଣସିଋପେ ୧୦ ଦିନ‌ଋ ଅଧିକ କଦାପି ଛୁଟୀ ପାଉ ନଥିଲେ ବର୍ତ୍ତମାନ ସେମାନଙ୍କର ଏ ଦୁଃଖ ମୋଚନ ହେଲା; ଏଣୁକରି କୋର୍ଟ ଅଫ ଡୈରେକଟର୍ସ ସାହେବମାନଙ୍କୁ ଧନ୍ୟବାଦ କ‌ଋନ୍ତୁ ।

---*---

ସିଟିଜନପତ୍ର ପାଠରେ ଜଣାଗଲା ଯେ, କୋର୍ଟ ଅଫ ଡୈରେକ୍ଟର୍ସ ଆଧୁନିକ ଅଚିହ୍ନିତ କର୍ମଚାରିମାନଙ୍କ ପ୍ରତି ସଦୟ ହୋଇ ପେନଶନର ନିୟମ ପରିବର୍ତ୍ତନ କରିଅଛନ୍ତି ଅର୍ଥାତ୍ ପୂର୍ବରେ ୩୫ ବର୍ଷ କର୍ମ ନ କଲେ ପେନଶନ ପ୍ରାପ୍ତ୍ୟଧିକାରୀ ହେଉ ନ ଥିଲେ ଏବେ ୨୫ ବର୍ଷ ଉତ୍ତାଋ ମାସିକ ବେତନ‌ଋ