ପୃଷ୍ଠା:Prachina Odia Kabita.pdf/୧୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୨
ପ୍ରାଚୀନ ଓଡ଼ିଆ କବିତା
 

କୋଇଲି, ଲଙ୍କାର ରାବଣ ଆଣିବାର,
ଲକ୍ଷ୍ମଣ ସହିତେ କାନ୍ତେ ନୋହିଲା ଗୋଚର ଲୋ, କୋଇଲି ।
କୋଇଲି, ବାରତା ପାଇଲେ ପ୍ରାଣନାଥ,
ବାରାନିଧି ବାନ୍ଧିଣ ଆସିବେ ବେନିଭ୍ରାତ ଲୋ, କୋଇଲି ।
କୋଇଲି, ଶତ୍ରୁ ରାବଣକୁ ବିନାଶିବେ,
ଶାଡ଼ୀବାନ୍ଧି ବିଭୀଷଣେ ରାଜା କରାଇବେ ଲୋ, କୋଇଲି । ୬୦ ।
କୋଇଲି, ଶ୍ରୀରାମ ଲକ୍ଷ୍ମଣ ବେନିଭାଇ,
ଶିଷ୍ଟପାଳି ଦୁଷ୍ଟନାଶି ଉଶ୍ୱାସନ୍ତି ମହୀ ଲୋ, କୋଇଲି ।
କୋଇଲି, ଶୁଭେ ହୋଇ ଲଙ୍କାରେ ପ୍ରବେଶ,
ସଙ୍ଗେ ନେଇ ମୋତେ ଚଳିଯିବେ ନିଜ ଦେଶ ଲୋ, କୋଇଲି ।
କୋଇଲି, ହେବେ ମୋତେ ଘେନି ଅଭିଷେକ,
ହରଷେ ଖଟିବେ ତାଙ୍କ ପାତ୍ର ମନ୍ତ୍ରୀ ଲୋକ ଲୋ, କୋଇଲି ।
କୋଇଲି, କ୍ଷମେ ରାମ ଅଯୋଧ୍ୟା ପ୍ରବେଶ,
କ୍ଷକ୍ଷନ୍ଦେ ଭଣିଲେ ଗୀତେ ବଳରାମ ଦାସ ଲୋ, କୋଇଲି ।