ପୃଷ୍ଠା:Prachina Odia Kabita.pdf/୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀ ସୀସୁ ବେଦ

      ୟେକ ନୋହଇ ଦୁଇ ଅଲଗ ବିଲଗ
      ନିରହୁଂ ନିରନ୍ତର ସେହୁ ଅଲଗ
      ସିସୁମୁନା ମଧ୍ୟେ ସଜୋତି ପ୍ରକାଶ
      ବଦନ୍ତି ନାଥେ ୟେଟି ସିଧ୍ୟଙ୍କର ବିଶ୍ୱାସ । ୧ ।

      କାଳ କମଳ ନିରଞ୍ଜନ ତିନିହେଂ
                  ୟେକଇ ଠାବରେ ବାସ ।
      ଯେଉଁ ଗୁରୁ ୟେହା ପ୍ରତି ପ୍ରତି କରି ବୁଝାବଇଂ
                  ସେ ଗୁରୁ ମୁହିଂ ତାହା ଦାସର ଦାସ । ୨ ।

      ସପତ ସମୁଦ୍ରେ ଥିଲା ନ ଖାଇଲା ନୀର
      ମାତାର ଗର୍ଭେ ଥାଇ ନ ଖାଇଲା କ୍ଷୀର
      ଯେଡେକେ ଅଇଲା ତେଡେକେ ହେଂ ଅଛି
      ତା ସଙ୍ଗେ ପରଚେ ହୁଅ ଗୁରୁମୁଖେ ପୁଛି । ୩ ।

      ନୟନ ମନ ଦୁଇ ୟେକଇ ମତ
      ନୟନ ମନ ଦୁଇ ମଧ୍ୟେ ତତ
      ନୟନ ଉପରେ ମନୁଆ ବସେ
      ବ୍ରହ୍ମଜୋତି ତତ ସୟଂ ପ୍ରକାଶେ । ୪ ।

      ପବନ ପାଲଟିବେ ଛଡ଼ଚକ୍ର ଫୁଟିବେ
      ତତ ରହିବେ ଶୁଖିବାକ ପାଣି ।
      ଚନ୍ଦ୍ର ସୂର୍ଯ୍ୟ ଯେଉଂ ଯୋଗୀ ଗଣ୍ଠିପାଡି ପାରଇ
      ସେ ଯୋଗୀ ଅତି ଗତୁହ ବିନ୍ଧାଣୀ । ୫ ।

      ଉଦେଗିରି ଅସ୍ତଗିରି ଶୂନ୍ୟଗିରି ମେଳା
      ହସ୍ତୀ ଚରାବନ୍ତି ପାର୍ବତମାଳା
      ଯେବଣ ସେ ହସ୍ତୀ ମାହାରସ ଖାଇ
      ବେନି ପକ୍ଷେ ଜଗିଲେ ଗଗନେ ସମ୍ଭାଇ । ୬ ।