ପୃଷ୍ଠା:Prachina Odia Kabita.pdf/୧୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୧୫
 

ବିପ୍ରଙ୍କର ଚରଣେ ପଡ଼ଇ ପୁଣ ପୁଣି
ଦଇନି କରିଣ କହଇ ମୃଦୁବାଣୀ ।
ଅନେକ ଆକୁଳ ଯହୁଁ ହୋଇଲା ନୃପତି
କୋପ ସଂହରିଣ ହୋଇଲେ ଶାନ୍ତି ମୂର୍ତ୍ତି । ।୩୦।
ଯାହା ସେ ଶାପ୍ୟ ଦେଲେ ନୁହଇ ପୁଣ ଆନ
ଆଣିପାରୁ ଯେବେ ବିଭାଣ୍ଡକନନ୍ଦନ ।
ଋଷଶୃଙ୍ଗ ଅଇଲେ ବରଷିବ ଜଳ
ଶୁଣିଣ ସନ୍ତୋଷ ସେ ହୋଇଲା ଭୂପାଳ ।
ନବରେ ପ୍ରବେଶ ବିସ୍ମୟ ମନ ହୋଇ
ବିଚାର କରେ ରାଜା ମନ୍ତ୍ରୀଗଣ ବସାଇ ।
ଋଷିଶୃଙ୍ଗ ଆଣିବାକୁ ବୁଦ୍ଧି କାହାର ଅଛି
ଜଣେ ଜଣେ ମହୀପତି ସମସ୍ତଙ୍କୁ ପୁଚ୍ଛି ।
ମନ୍ତ୍ରୀ ବୋଇଲେ ଭୋ ଦେବ ଅଛଇ ମୋର ବୁଧି
ଯେଣେ ସେ ହୋଇବଇ ଆମ୍ଭର କାର୍ଯ୍ୟ ସିଧି । ।୪୦।
ରତ୍ନ ଚାଙ୍ଗୁଡ଼ି ଏକ ଦୋସାଧୁ ହାତେ ଦେବା
ଦୁନ୍ଦୁଭି ବଜାଇଣ ନଗ୍ର ବୁଲାଇବା ।
ଯେହୁ ଋଷିଶୃଙ୍ଗକୁ ପାରିବାକ ଆଣି
ସେ ଏହା ପରିଗ୍ରହ କରୁ ନୃପମଣି ।
ଶୁଣି ସନମତ ଯେ କଲା ଲମ୍ବପାଦ
ରତ୍ନ ଚାଙ୍ଗୁଡ଼ି ଦେଇ ବଜାଇଲା ବାଦ୍ୟ ।
ହୀରାମଣି ମାଣିକ୍ୟ ଯେ ମୁକୁତା ଚନ୍ଦ୍ରକାନ୍ତି
ଶୁଧ୍ୟ ସୁବର୍ଣ୍ଣ ଜଡ଼ିଲା ଅଳଙ୍କାର ଶୋଭା ପାନ୍ତି ।
ଆଗରେ ଦାଉଣ୍ଡୀ ବାଜଇ ବୀରତୂର
ଦୋସାଧୁ ଡାକଇ ତୁମ୍ଭେ ଶୁଣିମା ନଗ୍ର ନର । ।୫୦।
ଋଷିଶୃଙ୍ଗ ମୁନି ଯେ ବିଭାଣ୍ଡେକ ଶିଷ
କଉସିକ ନଦୀତୀରେ ଅଟଇ ତାର ବାସ ।
ସେ ମୁନିକି ଆଣିଲେ ଯେ କରିବ ଜଳବୃଷ୍ଟି
କେ ପାରିଲେ ଆଣ ଯେ ରକ୍ଷାକର ସୃଷ୍ଟି ।