ପୃଷ୍ଠା:Prachina Odia Kabita.pdf/୧୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୨୧
 

ବଳିଆ ଗୋଡ଼ାଇ ଅଛନ୍ତି ଗଣ୍ଡାକୁ
ନାବ ଦେଖି ଦୁହେଁ ହୋଇଲେ ତେକୁ ତେକୁ ।
ନଦୀର ଭିତରେ ଚରନ୍ତି ଜଳଚର
ହଂସ କାରଣ୍ଡକ ଚକୁଆ ଅପାର ।
କଣ୍ଡା ପାଣିକୁଆ ହଂସରାଳି ପକ୍ଷୀ
ବସା ଛାଡିଣ ୟେ ପଳାନ୍ତି ନାବ ଦେଖି । ।୨୦୦।
କେହି ତହିଁ ବୁଡ଼ି ରହନ୍ତି ବସା ଆଶେ
କେବଣ ଚଢ଼ାଇ ଯେ ରହିଲେ ଡିମ୍ବ ଆଶେ ।
କେହୁ ତହିଁପରେ ଉଡ଼ନ୍ତି ରଡ଼ି ଦେଇ
ନାବ ଗଲେଣ କେ ଦେଖନ୍ତି ବସା ଯାଇ ।
କେବଣ ଠାବରେ ଯେ ଅଛନ୍ତି ପଦ୍ମଲତା
ନଉକା ମାଡ଼ିଗଲା ନୋହିଲା ଦେଖନ୍ତା ।
ନାନା ପକ୍ୱଫଳ ଭୂଞ୍ଜନ୍ତି ଶାଳୀ ଅନ୍ନ
ନୃତ୍ୟ ଗୀତେ ହରଷେ ଦିନ ନିଅନ୍ତି ଅନୁକ୍ଷଣ ।
ଗଭୀର ଜଳ ଦେଖି ନିଶାରେ ନାବ ଖାଞ୍ଚି
ପ୍ରଭାତେ ଚଳିଯାନ୍ତେ ନିଦ୍ରାରସ ବଞ୍ଚି । ।୨୧୦ |
ୟେମନ୍ତେ କୋଡ଼ିୟେ ଦିବସ ବହିଗଲା
କଉଶିକ ନଦୀ ତୀରେ ପ୍ରବେଶ ହୋଇଲା ।
ପଶ୍ଚିମକଇ ଉଜାଣି ନାବ ବାହିଯାନ୍ତି
କେତେହେଂକ ଦୂରେ ଚାରି ପର୍ବତ ଦେଖନ୍ତି ।
ତହୁଁ ଯାଇ ପ୍ରବେଶ ବିଭାଣ୍ଡେକର ସୀମା
ଯେବଣ ଥାନ ପୂର୍ବେ ଭିଆଇଲା ବ୍ରହ୍ମା ।
ଉତ୍ତର ଦିଗରେ ପଞ୍ଚକୋଶ ଗଲେ
ତେଇଶ ଦିନେ ମୁନି ସନ୍ନିଧ୍ୟେ ମିଳିଲେ ।
ପରିମଳ ଠାବ ଦେଖିଲେ ରହନ୍ତି
ନାବ ଖଟାଇଣ ସୁନ୍ଦେରୀ ଓଲାବନ୍ତି । ।୨୨୦।
ଖୋଜିଣ ଜାଣିଲେ ଯେ ବିଭାଣ୍ଡେକ ଘର
ଅର୍ଦ୍ଧ କୋଶକ ସେ ଅଟଇ ନଦୀତୀର ।