ପୃଷ୍ଠା:Prachina Odia Kabita.pdf/୧୪୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୮
ପ୍ରାଚୀନ ଓଡ଼ିଆ କବିତା
 

ଶୀତଳ ଜଳ ଘେନି ମୁଖ ପଖାଳିଲା
କର୍ପୂର ପକାଇ ଚତୁଃସମ ବୋଳିଲା ।
ଆଲଟ ଘେନିଣ ବିଞ୍ଚି କଲାକ ସାଷ୍ଟାମ
ମୁନି ମୁଖ ଚାହିଁ ଆଚ୍ଛାଦଇ କାମ ।
ପୁଣିହିଁ ଚୁମ୍ବ ଦେଇ ଲଗାଇଲା ବୁକୁ
ପଚାରଇ ମୁନି ହେ କିସ ଲାଗିଲ। ତୁମ୍ଭକୁ ।
ଶୀତଳ ପଦାର୍ଥ ସେ କିଛି ଖୁଆଇଲା
ସୁଗନ୍ଧ ପୁଷ୍ପମାଳ କଣ୍ଠେ ଲମ୍ବାଇଲା ।
ହସି ମହାମୁନି ଜରତାକୁ ଚାହିଁ
ଆଚମନ ସାରି କର୍ପୂର ତାମ୍ବୁଳ ଖାଇ ।।୬୮୦।
ମୁନିକି କୁଚେ ଆଉଜାଇ ବସାଇଲା ପୁଣି
ଅଧର ଚୁମ୍ବାଇ ଯେ କହଇ ପ୍ରିୟ ବାଣୀ ।
ପୁଣିହିଁ ପ୍ରେମରସେ ମୁନିଙ୍କି ବଶକଲା
ଚଉଷଠୀ ପରିବନ୍ଧେ ରମଣ କରାଇଲା ।
ରାଜକାର୍ଯ୍ୟ ଅର୍ଥେ ସୁନ୍ଦେରୀ ଜରତା
ଅନେକ ଛନ୍ଦେଣ ମୋହିଲା ବ୍ରହ୍ମବେତ୍ତା ।
କ୍ଷଣେ କ୍ଷଣେ ରମଣ କରଇ ମୁନିବର
ନାବ ଚଳିବାର ସେ ନଜାଣଇ ବେଭାର ।
ୟକେ ଆରକେ ସେ ପାଲଟିଆ ହୋଇ
ମୁନିକୁମାରକୁ ଅଛନ୍ତି ନାରୀ ମୋହି ।।୬୯୦।
ରାତ୍ରେଣ ଦୀପ ଦିହୁଡ଼ି ହୁଳା ଧରି
ରଜନୀ ଦିବସ ଏକତ୍ୱ ପ୍ରାୟେ କରି ।
କ୍ଷଣକେ କାମମୋହେନୀ କ୍ଷଣକେ ଜରତା
କ୍ଷଣକେ ଖଟିଥାନ୍ତି ବାରହ ବନିତା ।
ହେଠ ସ୍ରୋତେ ନାବ ଚଳଇ ଅତିବେଗେ
ଚମ୍ପାବତୀ ନଗ୍ରେ ଯାଇଣ ସେ ଲାଗେ ।
ଯିବାର ବେଳେଣ ସେ ତେଇଶି ଦିନ ଗଲେ
ବାର ଦିବସେଣ ବାହୁଡ଼ି ଅଇଲେ ।