ପୃଷ୍ଠା:Prachina Odia Kabita.pdf/୧୫୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୨
ପ୍ରାଚୀନ ଓଡ଼ିଆ କବିତା
 

ନାନାବର୍ଣ୍ଣେ ଚାମର ଉଡ଼ଇ ଚଉପାଶ
ନେତ ପାଟ ପତନୀ ଦେବାଙ୍ଗ ଝୀନ ବାସ ।
ମୁକୁତାର ଝରା ବୈଡ଼ୁଯ ମାଳ ମାଳ
ଅଗ୍ର ଧୂପ ଧୁଆଂ କୁହଳଇ କୋଳାହଳ ।
ସ୍ଫଟିକର ବାଡ଼ ସୁବନ୍ୟର ପିତୁଳି
ଚଉଷଠୀ ବଂଧନେ ଅଛନ୍ତି ଅଙ୍ଗ ଢାଳି ।
ମଧ୍ୟରେ ଚନ୍ଦନ କାଠର ପଲଙ୍କ
ଜାଣି ପଟାନ୍ତର ଶରଦ ଶଶାଙ୍କ । ।୬୦।
ମାଣିକର ଖୁରା ମର୍କତର ପିତୁଳି
ହାତୀଦାନ୍ତର ପଗଡ଼ି ମୁକୁତା ମାଳି ମାଳି ।
ନୀଳାମଣି ଚରା ବଉଳାକାଠି ହୀରା
କି ଜାଣି ଗଗନେ ଉଦୟେ ଲକ୍ଷେ ତାରା ।
ତିନିପୁର ପଲଙ୍କ ଉପରେ ନେତ ତୁଳୀ
ସୁରଙ୍ଗଣୀ ପାଟର ବିବିଧ ମୁଚୁଳି ।
ଶୁକଳ ପାଛୋଡି ଉପରେ ଶେଯାଇଲା
ବିବିଧ ପୁଷ୍ପ ସିଞ୍ଚି କର୍ପୂର ବିଛିଂଲା ।
ତହିଂ ରାବଣେଶ୍ୱର ବିବିଧ ବେଶ ହୋଇ
ମନ୍ଦୋଦରୀ ରାଣୀକି କୋଡ଼ରେ ଘେନି ଶୋଇ । ।୭୦।
ଅନେକ ଯୁବତୀ ପାଶେ ଖଟିଛନ୍ତି
କେ ଛୁରୀ ଖଣ୍ଡା କେ ଆଲଟ ବିଞ୍ଚନ୍ତି ।
କେ ଶ୍ୱେତ ଚାମର ଢାଳନ୍ତି ବିଳାସୁଣି
ଦିହୁଡ଼ି ଧରି ଉଭା କେବଣ ତରୁଣୀ ।
କେ ପୁଷ୍ପ ବିଚଂଣି କେ ଧରି ଧୂପକାଠି
ପାଦୁକା ଧରି ଉଭା କେବଣ ବିମ୍ବୋଷ୍ଠୀ ।
ତଡ଼ପ ଘେନିଣ କେଶ କରଇ ମାର୍ଜନ
ପରିଘ ଘେନି ଉଭା କେବଣ ସ୍ତ୍ରୀ ଜନ ।
କେହୁ ବାସପାଣି ଝରିରେ ଘେନି ଅଛି
କେହୁ ଦୀପମାନଙ୍କରେ ଅଭଙ୍ଗ ପାଡ଼ୁଅଛୁ । ।୮୦।