ପୃଷ୍ଠା:Prachina Odia Kabita.pdf/୧୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୬
ପ୍ରାଚୀନ ଓଡ଼ିଆ କବିତା
 

କେ ବୋଲଇ ଆଜ ମରିବା ନିୟତ
କେ ବୋଲଇ ଯେହ୍ନେ ପୂର୍ବର ପରାକୃତ ।
ଏହେର୍ନେହକ କର୍ମେ ପୂର୍ବେ ଅଛଇ ଭବିଷ୍ୟ
ଏଥକୁ ଭାଳିଲେ କାରଣ ହୋଇବାକ କିସ ।
ଲଙ୍କା ପୋଡ଼ିବା କାଳେ ଆମ୍ଭେ ହେଂ ମରିବା
ଏ ପାପ ବିଯୋଗକୁ କି ବୁଧି କରିବା । ।୧୭୦।
କେ ବୋଲଇ ଏକା ବାନର ଏହା କରି
ଶ୍ରୀରାମ ଅଇଲେ କି ରହିବ ୟେହୁ ପୁରୀ ।
ଚଉକତି ସମୋଦ୍ର କେଣେ ପଳାଇବା
ରାବଣର ପ୍ରସାଦେ ସମସ୍ତେ ମରିବା ।
ଏତେ କାଳ ସୁଖେ ନିଶ୍ଚିନ୍ତେଣ ଥିଲୁ
ଏକାବେଳେକେ ସମସ୍ତ ହରାଇଲୁ ।
କେ ବୋଲଇ ହୁତାଶନ ସବୁହି° ଲାଗିଲ।
ପବନ ବହିବାରେ ଦୁଗୁଣ ହୋଇଲା ।
କେ ବୋଲଇ ଅଗ୍ନି ପ୍ରଚଣ୍ଡ ବିକରାଳ
ଧୂର୍ମର ଘାୟେ ନ ଦିଶଇ ଆକାଶମଣ୍ଡଳ । ।୧୮୦।
କେ ବୋଲଇ ହନୁମନ୍ତ ଥାଇଣ ଆକାଶେ
ଲାଞ୍ଜ ବେଢ଼ାଇ ଅଛଇ ଚଉପାଶେ ।
କି ଜାଣି ଅନଳ ପ୍ରଳୟ ଘଡ଼ଘଡ଼ି
ଏଡ଼େ ନଗ୍ର ଗୋଟା ଯାଉଅଛି ପୋଡ଼ି ।
ପୂର୍ବେ ବିଶ୍ୱକର୍ମା ଭିଆଇଲା ୟେହା
ସୁକେଶୀ ମହାତମା ଅଟଇ ୟେହାର ନାହା ।
ଏବେ ରାବଣର କାଳେ ନାଶ ଗଲା
ସୁବର୍ଣ୍ଣମୟ ଦେଶ ଅଙ୍ଗାର ହୋଇଲା ।
ଏସନେକ ବିକଳ ହୁଅନ୍ତି ନରନାରୀ
ଆକୁଳେ ରୋବନ୍ତି ବିଧାତା ସୁମରି | ।୧୯୦।
ଦ୍ରବ୍ୟ ନାଶ ଯାଉ ବୁକୁରେ କୋଡ଼ି ହୋନ୍ତି
ମୁରୁଛି ନ ପାରିଣ ଥୋକାୟୋ ଦୂର ଯାନ୍ତି ।