ପୃଷ୍ଠା:Prachina Odia Kabita.pdf/୧୬୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୫୭
 

 
ନିବିଡ଼ ପଥର ଘରେ ବଜ୍ରବାଡ଼ ଘୋଟି
ଯନ୍ତ ଅର୍ଗଳୀ ଖଞ୍ଜା ପଡ଼ିଛି ବଜ୍ରକପାଟ ଗୋଟି ।
ଏସନ ବନ୍ଦୀଘରେ ସେ ଥିଲା ତୋତେ ଲାଇ
ଦଶଗୋଟା ସାଙ୍କୋଳି ଥିଲା ପତିପତ୍ନୀକି ଦେଇ । ।୨୨୦।
ଏଥୁ ବାହାର ହୋଇଲୁ କେବଣ ହିଁ ପ୍ରକାରେ
ପଞ୍ଚାଶ ସହଶ୍ର ପାହାରି ଜଗି ଅଛନ୍ତି ବାହାରେ ।
ରାତ୍ର ପ୍ରଭାତେ ଜାଣିମ ଯେବେ କଂସ ନୃପ ନାହା
ଏତେ ଲୋକ ଯାକ ସମସ୍ତେ ହୋଇବେ ଦୋରେହା ।
ସକୁଟୁମ୍ବ ଯାକ କଂସ ମାରିବାକ ଯେତେ
ସମସ୍ତ ହତ୍ୟା ଦୋଷ ଲାଗିବ ଆସି ମୋତେ ।
ବେଳୁ ବେଳ ଉଗ୍ରସେନ କଲାକ ଗରୁ ତାପ
କରେ ଖଡ଼ଗ ଝମକାଇ କଲାକ ମହାକୋପ ।
('ହରିବଂଶ', ଦ୍ୱିତୀୟ ଖଣ୍ଡରୁ ଗୃହୀତ)