ପୃଷ୍ଠା:Prachina Odia Kabita.pdf/୧୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀରାଧାଙ୍କ ଜନ୍ମ

ଅଚ୍ୟୁତାନନ୍ଦ ଦାସ
ତୁମ୍ଭେ ମୋତେ ପଚାରିଲ ରାଧା ରୂପ ଗୁଣ
ପଟାନ୍ତର ଦେବାକୁ ନାହିଁଟି ପୃଥିରେଣ ।
ରାଧା ରୁପକୁ ଗୋ ତୁମ୍ଭେ ନୋହିବ ସମାନ
ଅଯୋନିସମ୍ଭୂତ ସେ ଯେ ଅଟେ ପ୍ରତକ୍ଷେଣ ।
ଆଗରେ ଯେ ବିଭା ଆମ୍ଭେ ହୋଇଛୁ ରାଧିକାକୁ
ତହିଁ ପଛେ ବିଭା ସିନା ହୋଇଲି ତୁମ୍ଭଙ୍କୁ ।
ଶ୍ରୀକୃଷ୍ଣଙ୍କ ମୁଖରୁ ୟେମନ୍ତ ବାକ୍ୟ ଶୁଣି
ସତ୍ୟଭାମା ଋକ୍ମିଣୀ ଯେ ବୋଲୁଛନ୍ତି ବାଣୀ ।
ବୋଇଲେ ଭୋ ସାବଧାନେ କହ ଚକ୍ରଧର
ଅଯୋନିସମ୍ଭୂତ ରାଧା କେମନ୍ତ ପ୍ରକାର । ।୧୦।
ବୃଷ୍ଣଭାନୁ ରାଜାଙ୍କର ଅଟେ ସେ ଦୁଲଣୀ
ଭୁଲାଇ ଆମ୍ଭଙ୍କୁ କେତେ କହୁ ଚକ୍ରପାଣି ।
ମାୟାଧର ପ୍ରଭୁ ତୁମ୍ଭେ ସବୁ କଥା ଜାଣ
ଆମ୍ଭଙ୍କୁ ମାୟା ନ କରି କହ ନାରାୟଣ ।
ଋକ୍ମିଣୀ ସଭ୍ୟଭାମା ଯେ ପଚାରନ୍ତି ହସି
ମନ୍ଦେ ମନେ ହସି ଯେ କହନ୍ତି ବ୍ରହ୍ମରାଶି ।
ମଞ୍ଚକୁ ଯେ ବେଳେ ଆମ୍ଭେ ହୋଇଲୁ ବାହାର
ଲକ୍ଷ୍ମୀଙ୍କି ଆଗରେ ପଠାଇଲୁ ମର୍ତ୍ତ୍ୟପୁର ।
ଯମୁନା ନଦୀ ଉତ୍ତର କାଳନ୍ଦୀ କୂଳରେ
ବୃଷଭାନୁ ନାମେ ରାଜା ଅଟଇ ତହିଁରେ । ।୨୦।
ପଦ୍ମ ବୃକ୍ଷ ଗୁଡ଼ାଏ ସେ ନଦୀ ମଧ୍ୟେ ଥାଇ
ଅନେକ ଯେ ପୁଷ୍ପ ତହିଁ ବିକଶିତ ହୋଇ ।
କୁତୁହୋଳେ ଭୃଙ୍ଗ ତହିଁ କରୁଛନ୍ତି କ୍ରୀଡ଼ା
ମତ୍ତ ହୋଇ ନାନା ପକ୍ଷୀ ତହିଁ ହୋଇ ବେଢ଼ା ।