ପୃଷ୍ଠା:Prachina Odia Kabita.pdf/୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪
ପ୍ରାଚୀନ ଓଡ଼ିଆ କବିତା
 

ସେଠାକୁ ଲାଖୁ ପୁତାରେ ଓହୋଟ ଉଜାଣି
ଅରଣ୍ୟ ଗୋପ୍ୟ କରି ବ‌ହଇ ସାତ‌ତାଳ ପାଣି
ଯୋଗ ବିଚାରିଲେ ଯୋଗୀଜନମାନ
ତାହା ବୋଲି ଭବନ‌ଦୀର ଘାଟ ମଧୁବନ ବୋଲି ନାମ ।
ମଧୁବନ ରକ୍ଷା ଚିତ୍ରଗୁପତ ଦୁଇ ମନ
ତ‌ହିଂର ଉପରେ ତାଳୁଚକ୍ର ବୋଲି ନାମ
ଦେଖ ଦେଖ ପୁତାରେ ସାମାନ୍ୟ ସେ ଗଛର ଆଦିମୂଳ ।୯୦।
ତ‌ହିଂର ପାଣି ବନ୍ଧାଇଲେ ବୃକ୍ଷମୂଳ ହୋଇବଟି ଶୀତଳ ।
ବୃକ୍ଷ ଉପରେ ବିହଙ୍ଗମାନ
ଯେ ସେ ବିହଙ୍ଗମ ଭାଙ୍ଗିଲେ ଈଶ୍ୱରଙ୍କର ଯୋଗଧ୍ୟାନ ।
ପଛନ୍ତେ ପୁତାରେ ପୋତି ଛେଦି ଅମର କୋଷ ବିଚାର
ଛ ଛନ୍ଦ ବିଛନ୍ଦ ପଞ୍ଚମୁନା ନାରାଜ ସଂଧି ।
ମାୟା ପଟଳ ଅବ‌ହେଳ ଶବଦ
ଦଶହାର ରୁଂଧି ପୁତାରେ କାୟା ପୁରି ଭେଦ ।
ଯେଣେ ସେ ପରମହଂସ ହୋଇଣ ହେବ ରୋଳଦ।
ତ‌ହିଂର ଉପରେ କୁଣ୍ତେଳ ନାମେ ସର୍ପେକ ଅଛି ।
ସେ ସର୍ପର ତୁଲେ ଅତି ମତୁଆଳି ।୧୦୦।
ଶୁଖିଲା କାୟା ହୋଇବ ବୃଷାଳ ।
ପ୍ରକୃତି ବନ୍ଦୀ ହୋଇବ ଚିଆ ଚଇତନ ବନ୍ଦୀ
ହେତୁ ମତିକରି ଚିଆ ଚଇତନ ଛନ୍ଦି ।
ତିନି ତିହୁଡ଼ୀ ମଧ୍ୟେ କମାରିଆ ପାତିଛନ୍ତି ଶାଳ
ଘଟ ଘଟଣ ଯନ୍ତ୍ର ପ୍ରକୃତି ବାସନା ଅପାର
ଶୂନ୍ୟେ ଦେଖ ପୁତାରେ ଅଲେଖ ପିଟଇ କମାର ।
ପାଇଲା କାୟାର ବିଚାର
ଗିରିବର ଶୋଧି କାୟା କନ୍ଦର୍ପ ସନ୍ଧି ମାଡ଼ିଲାକ ଗଣ୍ଠି
ଯେବଣ ସେ ଗଣ୍ଠି ବଜ୍ରେ ନ ଫିଟି ।
ତାଳା ଚକ୍ର ଉପରେ ଉଦେଗିରି ହୋଇ ।୧୧୦।