ପୃଷ୍ଠା:Prachina Odia Kabita.pdf/୨୦୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୯୫
 

ଗରୁଡ ପିଠିରେ ।
ବିଜେ କରିଥିଲେ ରାଜାଙ୍କଠାରେ ।
ମେଢ଼ରେ ଥାଇ ଦେଖାଇଲୁ ସହି
ତାହା ସୁମରି ପ୍ରାଣ ଅଛି ରହି ।
ହେନ କର୍ମ କଲା ପିଅର ମୋର
କୃଷ୍ଣଙ୍କୁ ଛାଡ଼ି ଶିଶୁପାଳ ବର ।
କୃଷ୍ଣ ତହିଁ ମନ ।
ଯେତେବେଳ ଯାଏ ଥିବ ଜୀବନ । ।୬୦।
ଯେବେ ମୋହୋର ତୁ ପ୍ରାଣସଙ୍ଗାତ
ଉପାୟ କରି ଆଣ ଯଦୁନାଥ ।
ମୁହଁ ଚାହିଁବି କି ଶିଶୁପାଳର
ଏ କଥା ଛାର କିମ୍ପା ମନେ ଧର ।
କହୁ ଅଛି ସତ ।
ମୋର ମରଣ ଦମଘୋଷ ସୁତ ।
ବାଳକାଳେ ଥିଲି ପିତା ସଭାର
ଦିନେ ପ୍ରବେଶ ହୋଏ ଏକ ଚାର ।
କୃଷ୍ଣର ଗୁଣ ମହିମା କହିଲା
ସେହି ଦିନୁ ମୋର ମନ ରହିଲା ।୭୦।
ନାନା ବ୍ରତ କରି ।
ବର ମାଗଇ ମୁଁ ପାଇବି ହରି ।
ଏ କଥା ଯେବେ ମୋ ଅଟଇ ସତ
କୃଷ୍ଣ ହୋଇବେ ମୋର ପ୍ରାଣନାଥ ।
ଏହାହୁଁ ଯେବେ ହୋଇବାକ ଆନ
ନିଶ୍ଚୟ ମୋର ହରାଇବି ପ୍ରାଣ ।
ପୁଣି ଜେମାଦେଈ ।
ପଡ଼ିଲେ ମହୀଭାଗେ ମୋହ ହୋଇ ।
ମୋହ ଛଡ଼ାଇ ବସାଇଲେ ସଖୀ
କୋମଳ କରି କହେ ଚନ୍ଦ୍ରମୁଖୀ । ।୮୦।