ଯହିଂକି ଧ୍ୟାଏ କଲେ ଅନ୍ତପୁଟ ଧୋଇଂ
ତହିଂର ବାଟେ ବସଇ କନ୍ଦର୍ପ ନାମେ ଘଟୁଆର
ତାହାକୁ ପରତେ ହୋଇଲେ ଯାଇଂ ଭବନଦୀ ପାର ।
ତହିଂର ଉପରେ ପୁତାରେ ଆସ ପରିଜାଟୀ
ସେ ଦେବାସୁର ଖୋଜି ତା ନ ପାରି ।
ସେ ସେ ଯୋଗ ଦୃଢ଼େ ଦେବାକ ମନ
ସେଠାରୁ ଜାତ ହୋଇଅଛି ଅଣଚାଶ ପବନ ।
ଅଣଚାଶ ପବନ ନିରନ୍ତରେ ଉଜାଣଇ
ଆହୁଂଟ ହାଥ କାୟା ଚଞ୍ଚଳେ ବୁଲୁଥାଇ ।
ବିଚାରି ବୁଝିଲେ ସେହି ସେ ଶୂନ୍ୟ ।୧୨୦।
ଅଲେଖ ଡେଇଂ ମାପିଲେ ଦ୍ୱାଦଶ ଅଙ୍ଗୁଳ ହିଂସାର ଗବନ ।
ମହାରସ ପୁଣରେ ତହିଂ ସେ ଆଧାର ।
ଶୁଣ ଶୁଣ ଲୋଇଂରେ ବାମ କମଳ ଚାପି ।
ସୁଷୁମୁନା ଡାହାଣେ ଛନ୍ଦି ଧାଇଲାକ ତେବେ
ଛମନୁ ପରିଯନ୍ତେ ଧ୍ୟାଏ ନ ଭାଜିଲାକ ତେବେ ।
ତିନି ତିହୁଡ଼ୀ ନିଝର ଝରଇ ପୁରଇ
ତହିଂକି ଜାଗିଲେ ସେ ପିଣ୍ତ କେବେହେଂ ନ ମରଇ ।
ତହୁଂ ଖସିଲେ ସମ୍ଭାଳି ନ ପାରି
ତହିଂକିଂ ଜଗିଅଛି ସିଷୁମୁନା ପାହାରି ।
ତହିଂର ଉପରେ ନିଧୃମ ଆକାଶ ।୧୩୦।
ତହିଂ ସେ ବାଇଂବ ମାନେ କରିଛନ୍ତି ଆଶ ।
ଦୁଇନୟନେ ପୁତାରେ ଦେଖିତ ନପାରି
ସପତ ଲୋଚନେ ଜ୍ଞାନ ପଚାରି ।
ଶୁଣ ପୁତା ଲୋଇରେ ଶରୀର ବିଚାର
ଚୋରକଇ ଚିତ୍ତ ଜାଗି ତୋହର ଘର ।
ଲୋଇ ଉବାଚ -
ଲୋଇ ପଚାରଇ ଶୁଣ ଅଣାକାର ପୁରୁଷ
କେଉଂଠାଇଂ ଥାଇଂ ଦେଲେ ଯୋଗ ଉପଦେଶ ।
ପୃଷ୍ଠା:Prachina Odia Kabita.pdf/୨୧
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦ମ-୧୪ଶ ଶତାବ୍ଦୀ
୧୫