ପୃଷ୍ଠା:Prachina Odia Kabita.pdf/୨୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୦୩
 

ରୁକ୍ମିଣୀ ଜନନୀ କିମ୍ପା ସୀଉକାର କଲା
ଝିଅକୁ ଘେନିଣ କିମ୍ପା ଜଳେ ନ ପଶିଲା |
ଦେଖୁଅଛଟି କି ସଖୀ କମଳଲୋଚନ
ନୀଳମେଘ ପ୍ରାୟେକ ଶ୍ରୀଅଙ୍ଗ ଶୋଭାବନ |
ଭ୍ରୂଲତା ସୁନ୍ଦର କାମଦେବ ଧନୁ ଜିଣି
କିରୀଟ କୁଣ୍ଡଳ ଶଙ୍ଖ ଚକ୍ର ଗଦା ପାଣି ।।୨୮୦।
ମୁଁ ଯାହା ବୋଲିବି ସଖି ତୁମ୍ଭେ ଅସ୍ତୁ କର
ବିଧାତା କରିବ ରୁକ୍ମିଣୀକି ଏହୁ ବର ।
ଜଳୁ ମୁଖ ଶିଶୁପାଳ ଲାଜ ପାଇ ଯାଉ
ଆମ୍ଭମାନଙ୍କର ମନୋରଥ ସିଦ୍ଧ ହୋଉ ।
ଏମନ୍ତ କହୁଣ ତହୁ ଶୁଭିଲାକ ଗୋଳ
ଧାଇଁଣ ଅଛନ୍ତି ଲୋକେ କରିଣ ଚହଳ ।
କେ ବୋଲନ୍ତି କେଣେ ଗଲା, କେ ବୋଲନ୍ତି କାହିଁ
ବାରତା କହନ୍ତି ଏକ ଆରେକକୁ ଯାଇ ।
ଗୋବିନ୍ଦ ଅଇଲେ ବୋଲି ଶୁଣିଲେକ ତହିଁ
ବଳବୀର୍ଯ୍ୟମାନ ଗଲା ଗର୍ଭସ୍ରାବ ହୋଇ ।।୨୯୦।
କଣ୍ଠୀରବ ଧ୍ୱନି ଶୁଣି ଯେସନେ ହରିଣୀ
ତେସନେକ ପରାୟେ ହୋଇଲେ ନୃପମଣି ।
କ୍ଷତ୍ରିଗଣ ଆବୋରିଣ ଜରାସନ୍ଧ କହେ
ତୁମ୍ଭେମାନେ ଭୟ କିପାଁ ପାଉଛ ସଭିଏଁ ।
ବରଣ ନ ଥାଇ ଯେବେ ଅଇଲେ ଗୋପାଳ
ଏ କଥାକୁ ତୁମ୍ଭେମାନେ କାହିଁପାଇଁ ଭାଳ ।
ଯେ ଯାହାର ବଳମାନ ଭୂଅ ପାଞ୍ଚିଥିବା
ଆମ୍ଭେମାନେ ବସିଥାଇଁ ବିଭା କରାଇବା ।
ଦୁଷ୍ଟପଣ ଯେବେ ଆଚରିବ ଚକ୍ରଧର
ତେବେ ଆମ୍ଭେମାନେ କରି ପାରି ତ ସମର |।୩୦୦।
ରୁକ୍ମଣକୁ ବୋଇଲେ କନ୍ୟାକୁ ଘେନି ଆସ
ବରଣ ହୋଇବ ତ ବଢ଼ିଲା ଗନ୍ଧବାସ ।