ପୃଷ୍ଠା:Prachina Odia Kabita.pdf/୨୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୁଣ୍ତିଚା ସୂଡ଼
ଚାନ୍ଦ ଦାସ


ଶ୍ରୀଜଗନ୍ନାଥ ନୀଳକନ୍ଦରୁଆ
ରହ କାରଣେ ରାମଚନ୍ଦ୍ର ଗଜପତି
ଅତି ଉତ୍ସୁକ ମତି
ସମଦଲେ ଚଲତି
ପ୍ରଖର ଚରଣ ଗତି
କମ୍ପିତ ବସୁମତି
ଢୋଲ ଦୟାଲୁ ଭେରୀ ବାଦିତ ।
ହରିହର ଶବଦେ ଦିଗ-ଗଗନ ରୁନ୍ଧିତ
ଏହୁ ଯଶଚନ୍ଦ୍ର ଚତୁର୍ଦ୍ଦିଗେ ରାଜିତ
ସୁଖ ବଦତି ।୧୦।
ସୁଖ ପ୍ରୀତି
ନରପତି
ଶଙ୍କିଲେରେ ରିପୁ ମହୀପତିଆ
ସେହୁ ନାଶିଲେ ଇହ ପରଲୋକ ଗତିଆ
ଦଲ୍ଲୀ ମାଳବ ଗୁଜୁରାଟ କର୍ଣ୍ଣାଟ ସକଳ ରାଷ୍ଟ୍ର ନୃପନାୟକୁଆ
ଚାନ୍ଦ ବଦତି ରାମନ୍ଦ୍ରକରୀପତି ଜଗତଲୋଚନ ସୁଖ ଦାୟତୁଆ
ନିଃସାରି-କି ତେତ୍ତେ ଥୈ ଥୈ ଥୈ ଥୈ ଦିଗ୍‌ଦିଗ୍ ତାତ୍ତତା ତ୍ତତାତ୍ତ‌ତେ ।
ଚତୁର ବର୍ଗଦାୟକ ଶ୍ରୀନୀଳକନ୍ଦରା
ମୌଳି ମନ୍ଦିରେ ଚତୁରବିଧ ସରୂପ ଉଦିନଲେ ।୨୦।
ସୀତା ସୀତା ହରିତ ଲୋହିତ ବିବିଧ ବର୍ଣ୍ଣେ ପ୍ରକଟିଲେ ଆ
ବଳଭଦ୍ର ସୁଭଦ୍ରା ସୁଦରଶନ ଜଗ ଦର୍ପଗଞ୍ଜନ
ସୁଖ ପରମ ଆକାର ଜୀବନ
କଳୁଷ ହର ତିମିର ଖଣ୍ଡନ
ସଚରାଚର ପାଳନ ନାଶନ ତିଆ
ଇଅ ଇଅ ଅ ଥେଇ ଆଇଅ ଅଇ ଆ ଇ ଅ ଅଇ ଇଆ ଅଆ ଆ’ରେ ।
ଚତୁର ବର୍ଗଦାୟକ ଶ୍ରୀନୀଳକନ୍ଦରା