ପୃଷ୍ଠା:Prachina Odia Kabita.pdf/୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦ମ-୧୪ଶ ଶତାବ୍ଦୀ
୧୭
 

ପିମ୍ପୁଡ଼ି ବାଟେ କାହିଂ ହାଥିଆ ସମ୍ଭାଇଂ
ଛ ଛନ୍ଦେ ସରୋବରେ ଯେବେ ହାଥିଆ ପାଣି ଖାଇଂ ।

ଆଦିନାଥ ଉବାଚ -


ଶୁଣ ଶୁଣ ପୁତା ଲୋଇରେ ପିମ୍ପୁଡ଼ି ହାଦେ ବାଟ କଢ଼ାଇ
ଅଦୃଷ୍ଟ ଅଶ୍ରୁତ ପୁତା ନ ପାଇ ଥାନ୍ତିଂ ହୋଇଂ ।
ଯେବେ ସେ ତ୍ରିଗୁଣେ ଯତନ ହୋଇବାକ ଦେହି
ନାସିକା ଦ୍ୱାରେ ଯେବେ ଛଞ୍ଚତ ପାରିବାଇଂ ।
ବେତ ବସେ ବନ୍ଦୀ ହୋଇବ ହାଥୀ ବାଡ଼ି
ବିଝଂଗିରି ଚରଇ ପୁତା ଶୂନ୍ୟଗିରି ସ୍ଥିତି
ଯାହାକଇ ଚିହ୍ନିଲେ ପିଣ୍ତ ହୋଇବ ମୁକ୍ଷ ମୁକତି ।୧୭୦।
ଦେଖ ଦେଖ ପୁତା ମାୟା ସଂସାର ରଂଚିଲା
କାହିଂ ଥିଲା ସେ କାହିଂ ରହିଲା ।
ସୁଖିତ ହଂସ ଭବ ମୋହଜଳେ ବୁଡ଼ିଗଲା ଯୁଣି କାହିଂ
ତାହା ନ ଚିହ୍ନିଲୁ ବାଈ ଆନ ପଥ ହୋଇଂ ।
ନ ଚିହ୍ନନ୍ତି ନୟନେ ପାଳିତ ନ ପାରିଲା ।
ଯେଣେ ସେ ମେଣ୍ଟି ନୁଆରି ଯମଙ୍କର ଧାଡ଼ି
ତାତକଇ ପୋଡ଼ି ନିଆଂ ମଲା ତାକଇ ନିପାତି ।୧୭୭।