ପୃଷ୍ଠା:Prachina Odia Kabita.pdf/୨୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୩୭
 

କିଶୋରବର ବଂଶୀ କରୁଁ ପକାଇ
ଧାଇଁ ପଡ଼ି ଭିଡ଼ି ଧଇଲେ ।
ସୁନ୍ଦରୀ,
କ୍ରୋଧେ ଗଦଗଦ ବଦନ୍ତି,
କେ ତୁମ୍ଭେ କାହାକୁ ବଳେ ଧରୁଅଛ
ମୁହିଁ ଅନାଥିନୀ ଯୁବତୀ । ।୮।
ଏହିମତି ପର- ପୁରୁଷ ଜଣେକ
ଗୋପ ନବରେ ରହିଥିଲା,
ଏହି ବନେ ପଶି ବଂଶୀ ବଜାଇ ସେ
ସବୁନ୍ତି ନାଶ କରିଗଲା ।
ଏବେ ହେଁ,
ତୁମ୍ଭେ ଆସିଅଛ କାହିଁକି ?
ତୁମ୍ଭେ ପୁଣି ନାଶ କରିବ କାହାକୁ
ପଚାରି ଅଇଲୁ ତହିଁକି । ।୯।
ଛାଡ଼ ଛାଡ଼ ବୋଲି କ୍ରୋଧେ ଅସମ୍ଭାଳେ
ବୋବାଇ ଉଠିଲେ ସୁନ୍ଦରୀ,
ଦେଖି ଶ୍ରୀହରି ଲୋତକ ନ ରହଇ
ହୃଦେ ଭିଡ଼ିଲେ ଗାଢ଼ କରି ।
ମୁରାରି,
ମୁଖ ଚୁମ୍ବି ଶୋକ ହରିଲେ ।
ଗଳାରେ ଲମ୍ବାଇ ଚିକୁର କୁରୁଳି
କବରୀ ବାନ୍ଧି ସାମଳିଲେ । | ୧୦ |
ଅଞ୍ଚଳେ ମୁଖ ପୋଛି ଦେଇ ବୋଲନ୍ତି
ଶୁଣିମା ମୋର ପ୍ରାଣେଶ୍ୱରୀ,
ମୋର ମନକଥା ତୁମ୍ଭେ କି ନ ଜାଣ
କେତେ କହିବା ଫେଡ଼ି କରି ।
ସୁନ୍ଦରୀ,
ଦେଖ ମୋ ଦେହ ରୂପକାନ୍ତି,