ପୃଷ୍ଠା:Prachina Odia Kabita.pdf/୨୬୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୫୯
 

ଛଡ଼ ଋତୁ ଘେନି ଅନଙ୍ଗ ବାସ କରିଛି ତହିଁ
ତ୍ରିଭୁବନ ଜିଣି ନିର୍ଭୟ ସେହୁ ହରକୁ ପାଇ ।
ମୋତି ସରୁ ମେରୁ ତଟରୁ ବହେ ଜାହ୍ନ‌ବୀ ନଦୀ
ତୁଚ୍ଛ ଉଦରେ ରୋମରାଜି କି ସେ ମିଶେ କାଳନ୍ଦୀ ।
ସରସ୍ୱତୀ କୂପ ଅଟଇ ତାର ଗଭୀର ନାଭି
ତ୍ରିବେଣୀ ସଙ୍ଗେ ପୁଣ୍ୟ ଥିଲେ ୟେହୁ ତୀର୍ଥକୁ ଲଭି ।।୩୦।
ନିତମ୍ବ କରିକୁମ୍ଭ କଟି ରହେ କେଶରୀ ତହିଁ
ଜାଣି ବିଧାତା ବଦ୍ଧ କଲା ରଜ୍ଜୁ ତ୍ରିବଳୀ ଦେଇ ।
ଉରୁ ସେ କନକ କରଭ, ଦେଖି ରମଣୀ ମୋହେ
ପୁରୁଷର ଧଇର୍ଯ୍ୟ କାହିଁ, ଯୋଗୀ ଭାଙ୍ଗିବ ଲୟେ ।
ଶୋଣ ପଦ୍ମଚରଣ ବେନି, ରତ୍ନମଞ୍ଜୀର ସାଜେ
ଥଳ ତେଜି ଜଳ ମରାଳେ ଦେଖି ପଶିଲେ ଲଜେ |
ଗତି ଯୁବତୀ ଗଜରାଜ ଜିଣି, ଦେଖେ ଅବନି
ସୁନ୍ଦରପଣେ ସମ ନାହିଁ ୟେହୁ ଭୂବନ ତିନି ।
ହରଷରେ ଚିତ୍ତ ହରନ୍ତି, ଚିତ୍ତ ଉନ୍ନତ୍ତ ହୋନ୍ତି
ମନ ଉତ୍ସୁକ, ଥିର ନୋହେ, ଦୁଃଖ ଚଞ୍ଚଳ ମତି ।।୪୦।
ରତ୍ନମୟ ଦିବ୍ୟ ମନ୍ଦିରେ ବିଜେ ନୃପତି ଜେମା
ମନ ଜାଣି ସେବେ ତରୁଣୀ ସଙ୍ଗେ ଲକ୍ଷେକ ବାମା ।
ଦକ୍ଷିଣ ସିନ୍ଧୁ ଉତ୍ତର ପାର୍ଶ୍ୱେ ଦେଶ ନୀଳଗିରି
ବଉଧ ରୂପେ ଦାରୁବ୍ରହ୍ନ ଯହିଁ ବଜୟେ କରି ।
ସୁଜନ ଜନ ନିରନ୍ତରେ କର ସେ ରୂପ ଲୟେ
ଦୀନ ଜନ ମୂର୍ଖ କହଇ ଶିଶୁ ପ୍ରତାପ ରାୟେ ।
(୨)

(ରାଗ-କେଦାର, ଚକ୍ରକେଳି ବାଣୀରେ ଗାଇବ)

ୟେଥୁ ଅନନ୍ତରେ ଶୁଣ ସଜନି
ଯହୁଁ ଅଧ ହୋଇଲାକ ରଜନୀ ।