ପୃଷ୍ଠା:Prachina Odia Kabita.pdf/୨୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬୨
ପ୍ରାଚୀନ ଓଡ଼ିଆ କବିତା
 

ମହାଗୋଳ ଶୁଭୁଅଛୁ ବାହାରେ
କନ୍ୟା ଦେଖିଲେ ନାହିଁ ପଲଙ୍କରେ ।
ସତ ହୋଇଲା ସପନ ବୋଇଲେ
କାନ୍ଦି ମାତାଙ୍କ ଛାମୁରେ କହିଲେ ।
ଉଚ୍ଚ ସ୍ୱରେ ଶୋକବାଣୀ ଚହଳ
ମୁଖରାବ ଧୂନି ଅତି ଗହଳ । ।୬୦।
ଶୁଣି ନୃପତି ପୁଚ୍ଛନ୍ତି ଆରତେ
ମୁଦୁସୁଲୀ ଜଣାଇଲେ ତୁରିତେ ।
ରାୟେ କ୍ରୋଧେ ଅସମ୍ଭାଳ ହୋଇଲେ
ମହାଦେଈପୁରକୁ ବିଜେ କଲେ ।
ଘେନି କାମିନୀ ସକଳ ରାଜନ
ନାମ ଧରି କଲେ ଉଚ୍ଚେ ରୋଦନ ।
ତୁ ମୋ ପ୍ରାଣରୁ ଅଧିକ ସୁମୁଖି
ଦଣ୍ତେ ନ ଦେଖି ହୋଉଥାଇଁ ଦୁଃଖୀ ।
ତୋର ଲପନ ଶରଦ ଚନ୍ଦ୍ରମା
ତନୁ ଶିରୀଷ ସୁକୁମାର ସୀମା । ।୭୦।
ମୋର ଚକ୍ଷୁର ତୁ ଦିବ୍ୟ ପିତୁଳୀ
ଅନ୍ଧ କରିଣ କେଣେ ଗଲୁ ବାଳି ।
ତୋର ନକହି ସଖୀ ପ୍ରୀତି ମିତ
ଏକା ହୋଇଣ କେଣେ ଗଲୁ ମାତ ।
ମୋର ସୁତ କୁମାରୀ ସବୁ ତୁହି
ତୋହୋ ବିନୁ ଦଣ୍ତେ ହେଁ ନ ବର୍ତ୍ତଇ ।
ବ୍ୟାଘ୍ରରୂପ ଧରି ଧାତା ଅଇଲା
କେଉଁ ପାପେଣ ତୋତେ ନାଶ କଲା ।
ୟେହୁ କ୍ରୋଧ ତାହାକୁ ଦୋଉ ହେତୁ
ଲଭୁ ଅକାଳେ ସେହୁ ଅପମୃତ୍ୟୁ । ।୮୦।