ପୃଷ୍ଠା:Prachina Odia Kabita.pdf/୨୮୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭୦
ପ୍ରାଚୀନ ଓଡ଼ିଆ କବିତା
 

ଦେଖିଲା ତ ତରୁତଳେ ଚାଟ ଅଛି ଶୋଇ
ତରତର ହୋଇ ବୃକ୍ଷୁ ଅଇଲା ଓହ୍ଲାଇ । । ୧୪୦ ।
ତୋଳଇ ଚାଟକୁ ବାଳୀ ମନର ଆକୁଳେ
ଓଝାୟେ କୋପ କରିବେ ଉଛୁର ହୋଇଲେ ।
ନ ଉଠଇ ଚାଟ ଇଚ୍ଛା ଉଛୁଡ଼ଇ କର
ମୃକ୍ଷା ଯାଇ ପଡ଼ିଅଛି ନ ଦେଇ ଉତ୍ତର ।
କିସ ଯେ ହୋଇଲା ବୋଲି ଭାଳଇ ତରୁଣୀ
ବେଗ କରି ଚାଟ ମୁଖେ ଛିଞ୍ଚିଲାକ ପାଣି ।
ଚେତନା ପାଇଣ ଚାଟ ଉଠିଣ ବସିଲା
କୁମାରୀ ମୁଖକୁ ଚାହିଂ ଅଳପ ହସିଲା ।
ଇଚ୍ଛାବତୀ ବୋଲେ ତୋହୋ କେବଣ ବେଭାର
ତୋହୋର ଅବସ୍ଥା ଦେଖି ତନୁ ମୋ କାତର । । ୧୫୦ ।
କାହାକୁ ତୋ ଭୟେ ଭୀତି କହ ମୋ ଆଗର
ନ କହୁ ବୋଲିଣ ତୋତେ ସପତ ମୋହୋର ।
ଇଚ୍ଛାର ବଚନେ ଚାଟ ଦ୍ରହସିତ ହୋଇଂ
ବୋଲେ ତୋ ରୂପ ଦେଖି ଗ୍ୟାନ ହାରିଲି ମୁହିଂ ।
କି କରିବି କି ବୋଲିବି ନ ଜାଣଇଂ କିଛି
କେବଳ ସ୍ୱରୀରେ ମୋ ନିଶ୍ୱାସ ବହୁଛି ।
ୟେହା ଶୁଣି ଇଚ୍ଛାବତୀ ସନ୍ତୋଷ ହୋଇଲା
ମୁଖରେ ଚୁମ୍ବନ ଦେଇ କୋଳେ ବସାଇଲା ।
ଭୁଜରେ ଭିଡ଼ିଣ କୋଳ କରନ୍ତେ ହରଷ
ଚାଟ ଇଚ୍ଛାବତୀ ଦୁହେଁ କେହି ନାହିଂ ପାସ । । ୧୬୦ ।
ନାନା ମତେ ପରିବନ୍ଧେ କାମେଣ ମାତିଲେ
ମଦନ ଆକୁଳ ବେନି ଅଙ୍ଗୁ ଶାନ୍ତି କଲେ ।
ରତିରଙ୍ଗ ସାରି ଜଳେ ସ୍ନାହାନ ସାରିଲେ
ନୀବିବନ୍ଧ କେଶବାସ ଅଙ୍ଗ ସମ୍ଭାଳିଲେ ।
ସୁରତି ସାରିଣ ପୁଣ କୁମର କୁମାରୀ
ଇଚ୍ଛା ମୁଖ ଚାହିଂ ଚାଟ ବଚନ ପଚାରି ।