ପୃଷ୍ଠା:Prachina Odia Kabita.pdf/୨୮୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭୪
ପ୍ରାଚୀନ ଓଡ଼ିଆ କବିତା
 

ଛତିଶ ସୁମୃତି ଅଷ୍ଟାଦଶ ଯେ ପୁରାଣ
ଛଡ଼ ଶାସ୍ତ୍ର ଚତୃବେଦ ନବ ବ୍ୟାକରଣ
ଛୟେ ଯଥା ଦେହାଦି ୟେ ହୋନ୍ତି ଆତଯାତ
ଛ ଛନ୍ଦେଣ ବୀରସିଂଘ କହିଲେ ସିଧାନ୍ତ । । ୭ ।
ଜୀବ ୟେ ଜଗତଯାକ ଯାଇ ଆସୁଅଛି
ଜ୍ୟୋତିମୟେ ନିରଞ୍ଜନ ଜଗତ ଦେଖୁଛି
ଯାହା ସେ କହିଲି ଗ୍ୟାନ ନେହାଇ ବିଚାର
ଜାଣି ବୀରସିଂଘ କହେ ନଛିନ୍ଦ୍ର ଆଗର । । ୮ ।
ଝରିଛି ତ୍ରିବେଣୀ ଝର ପୁଣ୍ୟ ଗିରିଭେଦି
ଝାଡ଼ ଗିରି ପର୍ବତ ୟେ ତୀର୍ଥାମ୍ବର ଖେଦି
ଝଗଡ଼ ୟେ କଥାମାନ ଗ୍ୟାନ ଏ ନୋହଇ
ଝଞ୍ଜକାରେ ନ ପଡ଼ ତୁ ବୀରସିଂଘ କହି । । ୯ ।
ନୟନ ନାସିକା ଯେ ମୃଧୁନି ତାଳୁ ଜିଭ୍ୟା
ଲଲାଟ ଭୂଲତା ଓଷ୍ଟ ଦେହକୁ ଏ ଶୋଭା
ନୋହଇଟି ଗ୍ୟାନ ୟେହୁ ଶୁଣିଲେ ନଛିଆ
ନିଷ୍ଟା କରି ବୀରସିଂଘ କହିଦେଲେ ୟେହା । । ୧୦ ।
ଟାଣି ଥୋକେ କହୁଥାନ୍ତି ପରମ ଲକ୍ଷଣ
ଟେକ ୟେହୁ କଥାମାନ ନୋହଇଟି ଗ୍ୟାନ
ଟଳିଯିବ କ୍ଷଣକରେ ୟେ ଜୀବ ପରମ
ଟାକି ବୀରସିଂଘ କହେ ନୋହଇ ୟେ ବ୍ରହ୍ମ । । ୧୧ ।
ଠୁଳ ଶୂନ୍ୟ ଗ୍ୟାନ ବୋଲି କରନ୍ତି ବିଚାର
ଠାବକେଣ ବ୍ରହ୍ମ ଅଛି ଅମନ ମନ୍ଦିର
ଠୁଣୁକାଦି କଥାମାନ ଗ୍ୟାନ ୟେ ନୋହଇ
ଠା ଠିକେଣ ବୀରସିଂଘ କହିଦେଲେ ଫେଇ । । ୧୨ ।
ଡାକଇ ମୁଖେ ଶବଦ କର୍ଣ୍ଣରେ ଶୁଣଇ
ଡୋଳାରେ ଦେଖଇ ନାସା ବାସନା ବାରଇ