ପୃଷ୍ଠା:Prachina Odia Kabita.pdf/୨୮୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭୬
ପ୍ରାଚୀନ ଓଡ଼ିଆ କବିତା
 

ନିଶି ଯେ ଦିବସ ଦୁଇ ଚନ୍ଦ୍ର ସୂର୍ଯ୍ୟ ବେନି
ନିଦ୍ରା ଉଜାଗର ବେନି ସପନ ୟେ ତିନି
ନିସ୍ୟତି ଯୋଗ ନୋହଇ ଗ୍ୟାନ ୟେ ପ୍ରସଙ୍ଗ
ନାମ ସେ ଅକ୍ଷର ନୋହେ କହେ ବୀରସିଂଘ । ।୨୦।
ପୃଥି ଆପ ତେଜ ବାଇ ପଞ୍ଚମ ଆକାଶ
ପଚିଂଶ ପ୍ରକୃତି ଘେନି ଦେହେ ପରକାଶ
ପୁରୁଷ ଲୀଳା କରିଛି ପ୍ରକୃତିର ତୁଲେ
ପରମ ତତ୍ତ୍ବ ନୋହଇ ବୀରସିଂଘ ବୋଲେ । ।୨୧।
ଫେଣି ସପ୍ତ ଉପରେ ଯେ ଅନନ୍ତର ଶିର
ଫେଣାର ଉପରେ ସିନା କାଉଂରୀ ମଣ୍ଡଳ
ଫେରିଣ ପବନ ସିନା ତହିଂରେ ଗୋପ୍ୟାନ
ଫୁକାରିଲେ ବୀରସିଂଘ ନୋହଇ ୟେ ଗ୍ୟାନ । ।୨୨।
ବାରମାତ୍ରା ପଞ୍ଚାଶ ଅକ୍ଷର ଛଡ ଦଳ
ବିରାଟ ଉପରେ ସିନା ରାହାସ ମଣ୍ଡଳ
ବଙ୍କୁନାଳ ବ୍ରହ୍ମରନ୍ଧ୍ର ଦେହରେ ସେ ପୁଣ
ବୋଲେ ବୀରସିଂଘ ଗ୍ୟାନ ନୋହଇଟି ଜାଣ । ।୨୩।
ଭୁରୁ ବେନି ମଧ୍ୟରେ ଯେ ଅନନ୍ତର ଶିର
ଭ୍ରମର ଯେ ଗୁମ୍ଫା ଅଛି ତହିଂର ମଧ୍ୟର
ଭେଦାଇ କହିବା ୟେହା ଗ୍ୟାନ ମନ ଛାଡ଼ି
ଭଣେ ବୀରସିଂଘ ଶୁଣ ନଛିନ୍ଦ୍ର ତିଆଡ଼ି ।।୨୪।
ମାତା ପିତା ସଂଯୋଗରୁ ଦେହ ୟେ ହୋଇଲା
ମନ ଯେ ପବନ ମିଶି ଲୀଳା ଆରମ୍ଭିଲା
ମୃଧୁନି କଣ୍ଠ କପୋଳ ହସ୍ତ ପାଦ ଜଙ୍ଘ
ମିଛ ୟେହୁ ଗ୍ୟାନ ସବୁ କହେ ବୀରସିଂଘ । ।୨୫।
ଜପନ୍ତି ଯେ ଲକ୍ଷେ ନାମ ୟେକାନ୍ତରେ ଥାଇ
ଯୋଗରେ ବସନ୍ତ କେହୁ ଅଷ୍ଟାଙ୍ଗରେ ଧ୍ୟାଇଂ