ପୃଷ୍ଠା:Prachina Odia Kabita.pdf/୨୮୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛନ୍ଦା ଚଉତିଶା
ଭଉଂରୀ ଦାସ

ହରି ହୋ,କୃଷ୍ଣ ଭାବଗ୍ରାହୀ ଭକ୍ତ ସୋଦର
କରୁଣା ବାରାଧି କୃପା ଅପାର ।
ନାଥ ମୁଁ ଖୋଜୁଥିଲି ନିରନ୍ତରେ
ଖଝିଅଛୁ ପ୍ରତ୍ୟକ୍ଷ ଦୃଷ୍ଟିରେ । ।୧।
ହରି ହୋ,ଗଗନ ବାଇ ଜ୍ୟୋତି ଜଳ କ୍ଷିତି
ଗଢ଼ି ଭାଳୁଅଛୁ ଏ ପାଞ୍ଚ ଘେତି ।
ନାଥ ତୁ ଘୋଟି ବ୍ରହ୍ମାଣ୍ତେ ଏକତ
ଘୃତ କ୍ଷୀର ଯେହ୍ନେ ଗୁପତ । ।୨।
ହରି ହୋ,ଉଆଂସ ନିଶି ପୂର୍ଣ୍ଣଶଶୀ ପ୍ରାୟେ
ଉଇଂଛ ଅଶେଷ ଏକା ଗୋଟାଏ ।
ନାଥ ତୁ ଚଉବର୍ଗ ଦାନୀ ଅଟୁ
ଚିତେ ଚିନ୍ତଇ ତ୍ରିଗୁଣ କାଟୁ । ।୩।
ହରି ହୋ,ଛ ଛନ୍ଦେ ତୋ ନାମ ତ୍ରିଗୁଣ
ବ୍ରହ୍ମା ଛ ଋଷି ଜୀବପରମରୁ ଅଭିନ୍ନ ।
ନାଥ ମୁଁ ଜାଗ୍ରତ ନିଦ୍ରା ମଧ୍ୟରେ
ଜାଗି ଭେଟିଲି ନାମ ସେଠାରେ । ।୪।
ହରି ହୋ,ଝରଝର ବହେ ତ୍ରିବେଣୀ ଧାର
ଝର ପଚ୍ଛିମ ନିର୍ଝରେ ତୋ ଘର ।
ନାଥ ତୁ ନିରଞ୍ଜନ ପ୍ରଭୁ ହେଉ
ନାମ ବହି ସର୍ବ ଘଟେ ଥାଉ । ।୫।
ହରି ହୋ, ଟାକଈଂ ଯେ ତୋତେ ତୁ ତାଙ୍କୁ ଟେକୁ
ଟଳଇଂ ନାହିଂ ସେ ନେଉ ଟେକକୁ ।
ନାଥ ତୁ ଠାକୁର ଅଟୁ ସବୁରି
ଠିକେ ଠାବ କରିଛି ଭଉଂରୀ । ।୬।