ପୃଷ୍ଠା:Prachina Odia Kabita.pdf/୨୯୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚକାନୟନ ହେ
ମାଧବୀ ଦାସୀ

ଚକାନୟନ ହେ, ଜଗୁଜୀବନ ଶ୍ରୀହରି ॥
କାତରେ ଜଣାଣ କରୁଛି ଛାମୁରେ
ଶୁଣ ପ୍ରଭୁ ଶ୍ରୁତ ଡେରି ।
କେତେ ସଂକଟୁ କାହାକୁ ରଖିନାହଁ
ଦୟାଳୁ ସାରଙ୍ଗଧାରୀ ।
ତା ବର୍ଣ୍ଣି ବସିଲେ ପୋଥିକର ପାଠ
କି ବର୍ଣ୍ଣିବ ଏ ପାମରୀ ।
ଜୀବନ୍ତୀ ପିଙ୍ଗଳା ଆଦି ବାରବାଳା
ସଂସାରୁ ଗଲେ ନିସ୍ତରି ।
ଅପାର ମହିମା କେତନ ଉଡ଼ାଇ ।୧୦।
ରଖିଛ କୀରତି ଶିରୀ ।
ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ
ପଣକୁ ଅଯୋଗ୍ୟ ନାରୀ ।
କରୁଛି ଦୟିନି ଯୋଡ଼ି କର ବେନି
ଶୁଣ ମାଧବୀ ଗୁହାରି ।