ପୃଷ୍ଠା:Prachina Odia Kabita.pdf/୩୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାରମାସୀ କୋଇଲି

ଶଙ୍କର ଦାସ

ଆରେ ବାବୁ ଚାପଧାରୀ,
କି ଦଣ୍ଡ ହେଲା ତୋହରି,
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁ ଶିରୀ ଲୋ,
କୋଇଲି, ଶୁଣ ଲୋ ।
ଏହି ମଗୁଶିର ମାସ,
କାକର ପଡ଼େ ବିଶେଷ,
ଶୀତଳ ପବନ ବହେ ଘନ ଘନ ମୋ ପୁତ୍ର କରିବ କିସ ଲୋ,
କୋଇଲି, ଶୁଣ ଲୋ ।
ପୁଷମାସେ ବଡ଼ ଶୀତ,
କଷ୍ଟଦିଏ ଅପ୍ରମିତ, । ୧୦ |
ବିନା ବସନରେ ବୃକ୍ଷ ବକଳରେ କି ଦୁଃଖ ନ ହେବ। ଜାତ ଲୋ,
କୋଇଲି, ଶୁଣ ଲୋ ।
ମାଘରେ ତ‌ହୁଁ ଅଧିକ,
ଗରିବ ଦୁଃଖଦାୟକ,
ଅମୂଲ୍ୟ ସୁପାତି ତେଜି ରଘୁପତି ବୁଲଇ କାନନଯାକ ଲେ,
କୋଇଲି, ଶୁଣ ଲୋ ।
ଫଗୁଣେ ଫଗୁ ଖେଳରେ,
ମାତିଛନ୍ତି ଘରେ ଘରେ,
ମୋ ଅନ୍ଧୁଣୀଧନ ମୋ'ଠୁ ହୋଇ ଭିନ୍ନ ଭସାଇଲା ଶୋକନୀରେ ଲୋ,
କୋଇଲି, ଶୁଣ ଲୋ | । ୨୦ ।
ଚଇତ୍ର ମାସରେ ଖରା,
ନୀରସ କରଇ ଧରା,
ଶରୀରରୁ ଝାଳ ବହେ ଅନର୍ଗଳ ପରାଣ ହୁଏ ଘାବରା ଲୋ,
କୋଇଲି, ଶୁଣ ଲୋ ।
ବଇଶାଖ ଖରା ଚାହିଁ,
ବାହାରକୁ ନୋହେ ଯାଇ,
କେଉଁ ବୃକ୍ଷମୂଳେ ଜୀବନ ବିକଳେ ଥିବ ମୋର ପୁତ୍ର ରହି ଲୋ,
କୋଇଲି, ଶୁଣ ଲୋ ।