ପୃଷ୍ଠା:Prachina Odia Kabita.pdf/୩୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଚୀନ ଓଡ଼ିଆ କବିତା

୩୨୮
ପ୍ରାଚୀନ ଓଡ଼ିଆ କବିତା
 

ତେ ବିନୁ କେ ରକ୍ଷା କରିବ କହ,
ରେ କୁନ୍ଦଦଶନି,
ବଧୁଲଜିତ ଦଶନ ବସନିରେ ।
ମେଘ ଦେଖି ଯେ ମହାସୁଖ ପାଉ
ମୋତେ ଦେଖାଇ ରୋମ ଉଲୁସାଉ
ଫୁଟିଲା କଦମ୍ବକୁ ନିନ୍ଦେ ତନୁ
ଜାଣିମା ଦୁର୍ଲଭ କମ୍ପଇ ମନୁ,
ଆରେ କଳାବତି,
କଳାମାନ ଚିନ୍ତି ଦହୁଛି ମତି । ।୬୦।
ୟେହି କେତକି ଉଦର ପାଖୁଡ଼ା
ଗୋଟିୟେ ଯୁଡ଼ାରୁ ବାହାର କରି
ମୁଁ ଯେ ଶିରରେ ଘେନିଲି ସୁନ୍ଦରି,
ଧଇଲୁ ଯେ କର,
ୟେବେ ୟେ କର ହୋଇଲା କାହାର ।
ସୁରତି ଅନ୍ତେ କରଇ ଯେ ବେଶ
ହୋଉ ଯେ ଥାଉ ମନ୍ଦ ହସ ହସ
ସୁନ୍ଦର ଦନ୍ତ ପ୍ରଦୀପ ତରାସେ
ବିଜୁଳି ଝଟକିବା ପ୍ରାୟେ ଦିଶେ,
ମୋ ନୟନ ଦୁଇ, ।୭୦।
ସେହି ଶୋଭାରେ ମଣ୍ଡି ହୋଉଥାଇ ।
ଲାକ୍ଷା ଦେବାକାଳେ ଧରଇ ପାଦ
ପାଦ ଘୁଞ୍ଚାଇ ଲଭୁ ଯେ ବିଷାଦ
ୟେବେ ସେ ପାଦ ଶିର ଉପରକୁ
ମିଳୁ ଯେ ନାହିଁ କହିବି କାହାକୁ,
କଳାବତି ପ୍ରିୟା,
ଫାଟି ନ ଯାଇ ତ ରହିଛି ହିଆ ।