ପୃଷ୍ଠା:Prachina Odia Kabita.pdf/୩୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩୦
ପ୍ରାଚୀନ ଓଡ଼ିଆ କବିତା
 

ଯତନେ ଯାଇ ଦିଅଇ ଶୁଖାଇ,
ତା ଜାଣି ଯୁବତୀ,
ହସି ଯେ ବୋଇଲୁ ୟେମନ୍ତ ରୀତି ।
ୟେବେ ଚାଣ୍ଡାଳ କପୋତର ଧ୍ୱନି
ଜୀବନ ଘେନୁଅଛି ଚନ୍ଦ୍ରାନନି
ତୋର ହୁ°କାର ଧ୍ବନି ସଙ୍ଗତରେ । ୧୧୦ ।
ସୋଦର ହୋଇଥିଲା ଯେ ପୂର୍ବରେ,
ରେ ହଂସଗମନା,
ରତ୍ନ ମଞ୍ଜୁଳ ଚାରୁ ହ°ସସ୍ବନା ।
ନିତମ୍ବ ମଣ୍ଡଳ ବଳିନ ନୀବି
ପରାଣେ ଥିବି କି ପୁଣି ଫେଡ଼ିବି
ନୀବି ମୋକ୍ଷଣ କାଳରେ ସୁକେଶୀ
ସତ୍ୱିକ୍ୟେ ହେବୁ ଶୀତଳ ନିଶ୍ବାସୀ,
ମୋହ ପ୍ରାୟେ ହୋଇ,
ମିଶିଯିବୁ ସେ ଅଙ୍ଗେ ଲୀନ ହୋଇ ।
ସୁରତ ମତରେ ହୋଇବୁ ମୋହ । ୧୨୦ ।
ଶ୍ରମବଶରେ ନ ଚାଳବୁ ଦେହ
ହୁ° ହୁ°କାର କରି ଚାଳିବୁ କଟୀ
ଆଉ କି ତାହା ପାଇ ବିମ୍ବଓଷ୍ଠୀ,
ରେ କଳାନିଧାନି,
କାଳ ହେଲା ୟେବେ ସେ ସେ ରଜନି ।

('କଳାବତୀ', ପଞ୍ଚମ ଛାନ୍ଦରୁ ଗୃହୀତ )

*