ପୃଷ୍ଠା:Prachina Odia Kabita.pdf/୩୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩୨
ପ୍ରାଚୀନ ଓଡ଼ିଆ କବିତା
 

କ୍ଷଣେହେଁ ନୋହିବ ଅନ୍ତରରେ, ଚନ୍ଦ୍ରମୁଖି
ଘାଟ କରିବ ଏହା ବହି ଘଡ଼ିଏ ବଞ୍ଚିବ ନ ଚାହିଁ
ଘେନିବ ପ୍ରାଣ ମୋର ଘୋର କୁସୁମ ଶର
ଘଟଣ ଲଗନକୁ ଚାହିଁରେ ।
ନୀରଜନୟନିରେ ନିଶ୍ଚୟେ କହୁଅଛି
ନିବିଡ଼ ଆଲିଙ୍ଗନ ତୋର । ୩୦।
ନିମିଷେ ନ ପାଇଲେ ନ ରହିବ ଜୀବନ
ୟେ ଆଉ ଆନେକ ନିଷ୍ଠୁରରେ , ଚନ୍ଦ୍ରମୁଖି
ନଳିନ ନେତ୍ରୀ କୁନ୍ଦଦନ୍ତୀ, ନିଶ୍ଚେ ମୋ ନୟନ ସମ୍ପତ୍ତି
ନୟନ ପିଛାଡ଼ିବା ନବଯୁଗ ମଣଇ
ନସରେ ତୋର ବିନୁ ରାତିରେ ।
ଚାରୁ ଚନ୍ଦ୍ରମାମୁଖୀ ଚଞ୍ଚଳ କରଗତେ
ଦଣ୍ତେ କରଇ ଯେବେ ଆଣି
ଚନ୍ଦ୍ରଶେଖର ଚିନ୍ତି ବୋଲଇ ମହାପ୍ରଭୁ
ପବିତ୍ର କର ମୋର ପାଣିରେ, ଚନ୍ଦ୍ରମୁଖି
ଚିତ୍ତେ ମୋ ଧରଣ ନ ଯାଇ, ଚାଣ୍ଡେ ଯେ ଚୁମ୍ବନ ଦିଅଇ । ୪୦ ।
ଚାହଁଉ ଚାହୁଂଣ ଏହା ଖଣ୍ଡିବ କେଉଁ ବିହି
କାହାକୁ କେଉଁଠାକୁ ନେଇରେ ।
ଛାଡ଼ିରେ କ୍ଷୀଣୋଦରୀ ମୋ ପରା ସେବକକୁ
ସରିବ ତୋର ଦିନମାନ
ଛାତି ମଣ୍ଡନୀ ମୋର ମୁଖ ମାଳନ ଘେନି
ସ୍ଥବିର କରିଥିବୁ ମନରେ ଚନ୍ଦ୍ର ମୁଖି
ଛଟକେ ହସି ତୋ ଗୃହିଁବା, ଛିତିମଣ୍ଡଳେ କି ପାଇବା
ଛଡ଼ାଇ ମନ ବ୍ୟଥା କହୁ ଯେ ସ୍ନେହ କଥା
ସୁମର ସୁମରି ମରିବା ।
ଜାଣୁ ମଣି ରତନ ଯାମିନୀ ଯାକ ଜାଗି । ୫୦ ।
ଜାଗର ଯୋଗେ କରିଦେଇ
ଯେଉଁ ଯେଉଁ ବିକାର ମନରେ ହେଉଥାଇ