ପୃଷ୍ଠା:Prachina Odia Kabita.pdf/୩୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩୬
ପ୍ରାଚୀନ ଓଡ଼ିଆ କବିତା
 

ବଧୂବଦନୀ ବାମା ବିଧୂ କିରଣେ ବସି
ବଦନେ ଲଗାଉ ବଦନ
ବିଧୁମଣ୍ଡଳ ଥିବ ବିହି ଏହା କରିବ
ବାସରେ ରୁହାଇ ମଦନରେ, ଚନ୍ଦ୍ରମୁଖି
ବସନ ବିହୀନେ ତୋ ଦେହ, ବାରେ ଅନାଇ ହୁଏ ମୋହ
ବଧୂ ବଦନେ ବାଙ୍କେ ଅନାଇ ହସି ବୋଲୁ
ବନ୍ଧୁ ହେ। ଏତେକ ନ ସହରେ । । ୧୪୦ ।
ଭୋଖୀ ହାତରୁ ଭାତ ବଧାତା ହରୁଅଛି
ମୋହ ହାତୁଁ ହରିବ ତୋରେ
ଭବିନୀ କ୍ଷଣେହେଁ ତୁ ମୋତେ ନ ପାସୋରିବୁ
ମୁଁ ତୋତେ କହୁଅଛି ଏତରେ, ଚନ୍ଦ୍ରମୁଖି
ଭୂଷଣ ମଣି ତୁ ମୋହର, ଭାବ ଅଭାବ ମୋତିହାର
ଭୋ, ପ୍ରାଣମିଣି ମୋହ ପ୍ରାଣକୁ ରକ୍ଷାକର
କ୍ଷଣେ ଯେ ନୋହିବ ଅନ୍ତରରେ |

( ଆ°ଶିକ । )

*