ପୃଷ୍ଠା:Prachina Odia Kabita.pdf/୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦେବୀ ବନ୍ଦନା
ସାରଳା ଦାସ

ଜମ୍ବୋ ଦ୍ୱୀପ ଭ୍ରଥ ଖଣ୍ତ ଓଡ଼ ରାଷ୍ଟ୍ର ମଣ୍ତଳେ
ଉତ୍ପଳେଶ୍ୱର ଲିଂଗ ଚିତ୍ର ଉତ୍ପଳା ନ‌ଦୀର ଦକ୍ଷିଣ କୂଳେ ।
ଜଇନ୍ତାର ନିଜ ଭୂମି ଯାଯନ‌ଗ୍ରି ଗୁପତ ବାଣରାସି
କୁଶସ୍ଥଳୀ ଦ୍ୱାରିକା କ୍ଷେତ୍ର ପୁଣ୍ୟବାସୀ ।
ଶ୍ରୀ ଯମେଶ୍ୱର ଲିଂଗ ମଉଦ‌ଧିର ତଟେ
ନୀଳ ସୁନ୍ଦର ପର୍ବତ ନୀଳ କଳ୍ପବଟେ ।
ବିଜୟେ ରାମ କୃଷ୍ଣ ସଉଭଦ୍ରା ରୂପେ ବ୍ରହ୍ମା
ଚାରିଲକ୍ଷ ବତିଶି ସ‌ହସ୍ର ବରଷକୁ ଯୋଗଲୟେ ମହାତମା ।
କଳି କାଳ ଧ୍ୱଂସିଣ ଭୋଗେଣ କୋଟି ପୂଜା
ପ୍ରଳମ୍ବିତେ ଖଟଇଂ ଶ୍ରୀ କପିଳେଶ୍ୱର ମହାରାଜା । ।୧୦।
ଶ୍ରୀ ନୀଳ ସୁନ୍ଦର ଗିରି ଉତ୍ତର କଛାଡ଼େ
ସାର ଭୂମି ଭ୍ରଥ ଖଣ୍ତ ପୂର୍ବଦିଗ ଇଶାନ୍ୟ ଆଡ଼େ ।
ଚନ୍ଦ୍ରଭାଗା ନାମେଣ ୟେକଇ ନ‌ଦୀ ଗୋଟି
ବୃଦ୍ଧ ମାତା ଗଂଗାଉ ସେ ମଉଦ‌ଧିରେ ଯାଇଂ ଫୂଟି ।
ସେ ନ‌ଦୀରେ ପ୍ରଶୁରାମ ଘାଟଇ
କନ‌କାବତୀ ନାମେ ପାଟଣା ପ୍ରକାଶଇ ।
ତ‌ହିଂର ଅନୁଜ ସେ ସାରୋଳ ଚଣ୍ତୀ ନାମେ ।
ମହା‌ଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ
ପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ । ୨୦।

ବାଞ୍ଛା ସାର୍ଥୂକ ସେ ଦେବୀର ଅଟଇ
ପାଷାଣ ହୋଇ କରି ବାଞ୍ଛା ତାହାର ଫୁଟଇ ।
ସର୍ବ ମଂଗଳା ରୂପମାତାଙ୍ଗୀ ମତ‌ଭୋଳୀ
ଗ୍ରନ୍ଥ ଅର୍ଥ ଶୁଣଇ ସେ ହରଷେ କୁତୋହ‌ଳୀ ।
ଶ୍ରୀ ସାରୋଳା ଚଣ୍ତୀ ନାମେ ସେ ଅଟଇ ମହାଦେବୀ
ତାହାଙ୍କର ପୁତ୍ର ମୁହିଂ ସାରୋଳ ଦାସ କବି ।