ପୃଷ୍ଠା:Prachina Odia Kabita.pdf/୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୨
ପ୍ରାଚୀନ ଓଡ଼ିଆ କବିତା
 

ଚଞ୍ଚପୁଟ, ଚାଞ୍ଚପୁଟ ରଣ ରଙ୍ଗେଣ ଭୋଳି
ଡାକେଣୀ କ୍ଷେପଣୀ ଗୋ ରଙ୍ଗେ କୁତୋହଳୀ ।
ଚଣ୍ତଘଣ୍ଟା ମହାମାୟା ଗୋ ବିଜୟ ବିରୂପା
ଟ‌ହଟ‌ହ ହାସ ଗୋ ମହାପିଙ୍ଗଳା ମହାତପା ।
ଯୋଗେଣ ଯୋଗେଶ୍ୱରୀ ଗୋ ଜୟତୁ ଜୟ ଗୋସାବଣୀ
ଆପଦ ଖଣ୍ତଣୀ ଗୋ ସୁରଲୋକ ରକ୍ଷଣୀ ।
ଶ୍ରୀଚଣ୍ତୀ ସାରଳା ସର୍ବମଙ୍ଗଳା ପରସାଦେ
ଶ୍ରୀ ମହାଭାରଥ ଆଦିପର୍ବ ସମ୍ପାଦେ ।।୬୦।
ସର୍ବମଙ୍ଗଳା ନାମ ଗୋଟି ମୋହର ହୃଦରେଧ୍ୟାୟେ
ଶୁଦ୍ରମୁନି ସାରୋଳା ଦାସକୁ ଉଧରି ଧର ଯୋଗମାୟେ । ।୬୨।

('ମହାଭାରତ,'ଆଦିପୂର୍ବରୁ ଗୃହୀତ)