ପୃଷ୍ଠା:Prachina Odia Kabita.pdf/୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାଚୀନ ଓଡ଼ିଆ କବିତା

ସମସ୍ତ କୁଶଳ ବୋଲି ବୋଇଲେ କୁନ୍ତ ଭୋଜ
ଜୀବନ ସୁଫଳ ମୁନି ହେ ଦେଖିଲି ମୁଂ ତୋତେ ଆଜ ।
ଦୁର୍ଭାସାୟେ ବୋଇଲେ ଆମ୍ଭେ ଅଇଲୁ ତୋହୋର ରାଜ୍ୟକୁ
ଚତୁର୍ମାସ୍ୟା ବଞ୍ଚିବୁ ବସା ଖଣ୍ଡିୟେ ଦେବୁ ମୁକୁ । । ୩୦ ।
ବଡ଼ାଇ ସମ୍ପଦ ଜାରା ଦେଖିଲୁ ତୋର ପୁରୀ
ରହିବାକୁ ତୃଷ୍ଣା ଯେ ବଳିଲା ଆମ୍ଭରି ।
କୁନ୍ତଭୋଜ ବୋଇଲେ ମୁଂ କିସ କରିବି
ରୁହାଇଲେ ତୁମ୍ଭନ୍ତ ଭଗତି ହୋଇ ନୁଆରିବି ।
ଯାଅ ବୋଲି ବୋଇଲେ ତୋର କୋପ ଉପୁଜିବ ତନୁ
ଜାଣି ଅନୁଗ୍ରହ ମୋତେ କରିବା ତପୋଧନୁ ।
ଦଶ ସହସ୍ର ଯୋଜନେ ମୁଂ ଅଟଇ ଅଧିକାରୀ
ବଂସ ଭ୍ରାଥ ସୁତ ନାହିଂ ନା ମୋହରି ।
ରାଜ୍ୟ ଚିନ୍ତାୟେଣ ନ ପୁଣ ପାଶୋରଇ ତୋତେ
ତୁ ଈଶ୍ୱର ସମାନେ ମହାଋଷି ନପୁଣ କୋପ କରୁ ମୋତେ । ୪୦ ।
ଦୁର୍ଭାସାୟେ ବୋଇଲେ ତୁ କାହୁଂ ଆମ୍ଭଙ୍କୁ ସେବା କରିବୁ
ତୋହୋର କରି ଆମ୍ଭଙ୍କୁ ଜଣେ ତୁ ଦେଇଥିବୁ ।
ଆଶ୍ରମ ଗୋଟିକ ଲିପିବା ଅଗଣା ଝୋଟି ଦେବ
ପାଣି ଝରିୟେ ଆଣିମ ଫୁଲ ପୁଡ଼ାୟେ ତୋଳି ଦେବ ।
ପାଲଟା ବସ୍ତ୍ର ଖଣ୍ଡ ପଖାଳିବ ନେଇ
ୟେତେକ କରିଣ ସେଟି ଆମ୍ଭଙ୍କୁ ଭଗତି ହୋଇ ।
କୁନ୍ତଭୋଜ ବୋଇଲା ମୁଂ ଆନକୁ କିଂପେ ଦେବି
ୟେକା ଦୁହିତା ଗୋଟିୟେ ମୋହୋର ତୁମ୍ଭଙ୍କୁ ଥାଉ ସେବି ।
ଦୁହିତାଙ୍କୁ ରାଇ ସେ ଆଗ୍ୟାଂ ଦିଲେ କୁନ୍ତଭୋଜ
ଆଶ୍ରମ ଖଣ୍ଡିୟେ କଲେ ନଗ୍ରର ବାହିଜ । ।୫୦।
କୋଇନ୍ତାୟେ ହୋଇଥାଇ ବିନୟ ଭଗତେ
ଦୁର୍ବାସା ଋଷିଙ୍କି ସେବା କରଇ ଅନୁବ୍ରତେ |
ରାତ୍ର ପ୍ରଭାତରେ ଅଗଣା ପଅଂରି
ଗୋମୟ ଘେନି ଛେରା ପକାଇ ଯତ୍ନ କରି ।