ପୃଷ୍ଠା:Prachina Odia Kabita.pdf/୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାବ୍ଦୀ
୩୭
 

ନିତିପ୍ରତି ପାଚିଲା ଆମ୍ବପତ୍ର ଲୁଚିୟେ ଆଣଇ ସାଉଣ୍ଟି
ପଖାଳି ପୀଢ଼ାରେ ଶୁଖାଇ ପାଲଟା କାଛୋଟି ।
ଗଡ଼ୁ ତମ୍ବାପାତ୍ରୀ କପୋରା ମାଜଇ ଆମ୍ବିଳେ
ଆଶ୍ରମ ଖଣ୍ଡିକ ଲେପଇଂ କୃଷ୍ଣ ଗୋମୟରେ ।
ବିଭୂତି ଗୁଡ଼ାୟେ ମେଦଇ ସଞ୍ଚ କରି
ପତ୍ର ଗୁଡ଼ାୟେ ଆଣଇ ସେ ବେଲ ଗଛରୁ ପାରି । । ୬୦ ।
ବାଳୁତ ବୟସ ସେ ରାଜାର କୁମାରୀ
ସୁଗ୍ୟାନୀ ପଣେ ଥାଇ ଋଷିଙ୍କି ସେବା କରି ।
ଋଷି ରାତ୍ରେ ସମାଧିରେ ବସିଥାନ୍ତି ଯେ ଭିତରେ
କପାଟ ଗୋଟି ପାଡ଼ି କୋଇନ୍ତା ବସିଥାଇ ବାହାର ଦୁଆରେ ।
କୋଇନ୍ତାର ଭଗତେ ଅନେକ ସନ୍ତୋଷ ଦୁର୍ଭାସା
ନାନା ତୀର୍ଥକୁ ମୁନି ନ କଲେ ମନୀଷା ।
କୁନ୍ତଭୋଜ ରାଜ୍ୟେ ମୁନି ରହିଲେ ନିଶ୍ଚିନ୍ତେ
ଚତୁର୍ମାସ୍ୟାକୁ ବୋଲି ରହିଲେ ପାଞ୍ଚବରଷ ପରିଯନ୍ତେ |
ମଉଦଧି ତୀର୍ଥେ ଅର୍ଦ୍ଧୋଦୟା ପଡ଼ି ପାଦ ଚାରି
ଦକ୍ଷିଣ ମଉଦଧିକି ସମସ୍ତେ ଯାଉଛନ୍ତି ତୀର୍ଥ କରି । ।୭୦।
କୁନ୍ତଭୋଜ ରାଜାର ଅଗ୍ରତେ ମିଳିଲେ ତପୋବନ୍ତେ
ଦଣ୍ଡ କମଣ୍ଡଳ ମୁନି ତାମ୍ର ପାତ୍ର ହସ୍ତେ ।
ଦେଖିଣ ଉଠିଲା ସେ ମହୀଧର ସ୍ୱାମୀ
ମୁନିଙ୍କର ଚରଣେ ସେ ହୋଇଲା ପରିଣାମି ।
ୟେତେକାଳେ ଅନୁଗ୍ରହ ମୋତେ କଲେକ ଦୁର୍ଭାସା
ସମୟେକ ଆସିଣ ପୂରିଲା ମନୀଷା ।
ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ
ପାଞ୍ଚ ବରଷ ହୋଇଲା ତୋର ରାଜ୍ୟରେ ରହିଲୁ ।
ବୋଲଇ ନୃପତି ନିସ୍ତରିଲି ତପୋବନ୍ତ
ୟେମନ୍ତ ହୋଇ କେ ତୋତେ ହୋଇଛି ଭଗତ । । ୮୦ ।
ଦୁର୍ଭାସାୟେ ବୋଇଲେ ବଡ଼ ସୁସ୍ଥେଣ ଯୋଥିଲୁ
କୋଇନ୍ତାଙ୍କର ଭଗତେ ନାନା ତୀର୍ଥ ଉପେକ୍ଷିଲୁ ।