ଅବଶ୍ୟ ପଚାରିବେ ମୋତେ ବାଳୁତ ପୁତ୍ରକଇ ଦେଖି
ବୋଲିବେ କାହୁଂ ପାଇଲୁ ତୁ ୟେ ପୁତ୍ର ଗୋଟିକି ।
ମାତା ପିତାଙ୍କ ଆଗରେ ମୁଂ କେମନ୍ତେ କହିବି ମିଥ୍ୟା
ସତ କହିଲେ ତ ହୋଇବ ଲଜ୍ୟା ଅପ୍ରମିତା ।
ପରଦାରାୟେଣୀ ବୋଲି କେହି ପ୍ରଦାନ ନୋହିବେ
ସମସ୍ତେ ହେଂ ଦୂର୍ଭାସା ଋଷିଙ୍କ ଦୋଷ ଦେବେ ।
ବୋଲିବେ ମୁନିଙ୍କ ସଙ୍ଗେ ଯେ ଥିଲାକ ସମୟେ
ଦୁର୍ଭାସାଙ୍କର ରମଣେ ଯେ ଉପୁଜିଲା ତନୟେ । ।୨୩୦।
ୟେ ଜପାମାଳୀ ଥିଲେ କାହିଁକି ମୋର ଭୀତି
ଅନେକ ବାଗେ ମୁଂ ଯେ କରିବି ପୁତ୍ର ଉତପତ୍ତି ।
କରେଣ ଘେନି ଦେବୀ କର୍ଦ୍ଦମ ଲୋଚିୟେ
ଆପଣେ ଗଢ଼ିଲେ ଦେବୀ ମଂଜୁଷ ଗୋଟିୟେ ।
ତହିଂର ଭିତରେ ସେ ପୁତ୍ରକଇ ଭରି
ଯମୁନା ନଦୀକଇ ସେ ଦେଲେ ଫିଙ୍ଗି କରି ।
ପ୍ରତକ୍ଷେ ବାଳ ଆଦିତ୍ୟ ପ୍ରାୟେ ତେଜ ଯେବଣ ତନୟେ
କର୍ଣ୍ଣର ତେଜ ଲାଗି କର୍ଦ୍ଦମ ହୋଇଲା ସୁବର୍ଣ୍ଣ ମୁଞ୍ଜଷର ପ୍ରାୟେ ।
ଯମୁନା ନଦୀରେ ସେ ଗଲା ଉପୁଚିଆଇ
ଈଶାନ୍ୟ ମୁଖ ହୋଇ ଯାଉଛି ହେଠ ବୁଡ଼ ହୋଇ । ।୨୪୦।
ବାରୁଣାବନ୍ତ ତହିଂ ପଞ୍ଚତିରିଶ ଯୁଣ
ସେ ମଞ୍ଜୁଷ ଲାଗିଲା ଯାଇ ଉତ୍ତରାଙ୍କ କୋଣ ।୨୪୨।
('ମହାଭାରତ', ଆଦିପର୍ବରୁ ଗୃହୀତ)
ପୃଷ୍ଠା:Prachina Odia Kabita.pdf/୪୯
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାବ୍ଦୀ
୪୩