ଅପାର ସେନେହ ଯେ କର ଅର୍ଜ୍ଜନକୁ
କାଳେଣ ପ୍ରାଭବ ସେ କଲାଟି ଗୁରୂ ତୁକୁ ।
ଭରଦ୍ୱାଦଶଂକ ନନ୍ଦନ ଯେ ଉତ୍ତମ ବ୍ରାହ୍ମଣ
ଚାରିବେଦେ ନିରିଜିତ ଯାଗ ଯଗ୍ୟେଂ ବରଣ ।
ଆବର ବିଶେଷେ ଅଟନ୍ତି ବିଦ୍ୟାଗୁରୁ
ବ୍ରହ୍ମା ଶଂକା କରଇ ଦେବି ଯୋଗର ମନ୍ତ୍ର ପଢ଼ୁ ।
ୟେଡ଼େବଡ଼ ବ୍ରହ୍ମଗୁରୁ ବାପକୁ ମାଇଲେ ପାଣ୍ତବେ
ଧର୍ମ ବର୍ଦ୍ଧୁତ ହୋଇଲେ କାଳ ଅବଦୀ ୟେବେ ।
ଗୁରୁ ହେ ପାଣ୍ତବନ୍ତ ମାରିବୁ ବୋଲି ଅଶୀସହସ୍ରବଳଧନୁ ବହୁ
ନିର୍ଦ୍ଦୟା ହୋଇଣ ତୁ କିଂପା ମୋତେ କଥା ନ କହୁ । ।୧୨୦।
ଅପାର ଯେ ଗୁଣ ତୁମ୍ଭର ମୋତେ କହିବାକୁ ବେଳ ନାହିଁ
ରାତ୍ର ପାଇଲେ ପାଣ୍ତବେ ଜାଣିଲେ ନ ବ୍ରତଇ ମୁହିଁ ।
ଅପାର ପ୍ରାର୍ଥନା ସେ କୋଳେ ଧରି ବୋଲି
ରକତ ନଦୀରେ ତାହାନ୍ତ ଦିଲା ହାଦେ ପେଲି ।
କୋଳକରି ମାନଗୋବିନ୍ଦ ପଡ଼ିଲାକ ମାଡ଼ି
ତିନିତାଳ ଗଭୀରେ ପଡ଼ିଲେ ଗୁରୁ ବୁଡ଼ି ।
ବାହୁଡ଼ି ମାନଗୋବିନେ ପଡ଼ିଲାକ ଡ଼େଇଂ
ଆଶ୍ରିଜ କୁରୁନାଥ ଶୋଣିତ ନଦୀକି ଚାହିଁ ।
କ୍ରୋଧ କରି ମାନଗୋବିନ୍ଦ ଚଳଇ ମାନ ଘେନି
ଦେଖଇ ଉପୁଚିଆଇ ଆସଇ ମନ୍ତ୍ରୀବର ଶକୁନି । ।୧୩୦।
କୋଳଧରି ଧଇଲା ସେ ମାନଚକ୍ରବତୀ
ହାହା ମାତୁଳ ତୁ ଭୂତ ଭବିଷ୍ୟ ଗ୍ୟାଂତା ମନ୍ତ୍ରୀ ।
ପାଣ୍ତବନ୍ତ ନାଶ କରିତେ କଲୁ ଯେବଣ ବୁଦ୍ଧି
କାଳେ କାର୍ଯ୍ୟ ତୋହୋର ନୋହିଲାକ ସିଦ୍ଧି
ଭୋଜନକାଳେ ବିଷଲଡ଼ୁ ଖୁଆଇଲୁ ଭୀମକୁ
ବାନ୍ଧି ଜଳେ ମେଲୁଦେଲୁ ନାଗୁଣୀ ଖାଇବାକୁ ।
କେତେ ସ୍ନେହ ମାମୁ କରିଥିଲୁ ମୋତେ
ୟେବେ ୟେ ସଂକଟୁ ପାର ହୋଇବି କେମନ୍ତେ ।
ପୃଷ୍ଠା:Prachina Odia Kabita.pdf/୫୪
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୮
ପ୍ରାଚୀନ ଓଡ଼ିଆ କବିତା